ଯାଜପୁର : ମହିଳା ମାନଙ୍କୁ ସ୍ୱାବଲମ୍ବି କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ବ୍ଲକ ଓ ସହର ମାନଙ୍କରେ ଏସଏଚଜି ଗ୍ରୁପ ମାନ ଗଠନ କରି ସ୍ୱଳ୍ପ ହାରରେ ସୁଧରେ ଋଣ ଯୋଗାଇ ଦେଇ ସେମାନଙ୍କୁ ସ୍ୱାବଲମ୍ବୀ କରି ରାଜ୍ୟର ଅର୍ଥନୀତିରେ ସୁଧାର ଆଣୁଛନ୍ତି । ଏହି ପରିପ୍ରେକ୍ଷୀ ରେ ଯାଜପୁର ଜିଲ୍ଲାର ବ୍ୟାସନଗର ପୌରପରିଷଦରେ ପୌରପରିଷଦର ସମସ୍ତ ଏସଏଚଜି ଗ୍ରୁପର ମହିଳା ମାନଙ୍କୁ ନେଇ ଏକ ତାଲିମ ଯୁକ୍ତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଅଶୋକ କୁମାର ବେଉରିଆ, ଉପନଗରପାଳ ସୁବାସ ଚନ୍ଦ୍ର ବଳ ଓ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ମଲିକ ପ୍ରମୁଖ ଯୋଗଦେଇ କର୍ମଶାଳା ବିଷୟରେ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ ଏବଂ ପ୍ରତ୍ୟେକ ଏସଏଚଜି ଗ୍ରୁପର ସଦସ୍ୟମାନେ ନିଜ ନିଜର ଉତ୍ପାଦିତ ହସ୍ତ ଶିଳ୍ପ ତଥା ବିଶେଷ କରି ଧଳା ଫିନାଇଲ ଓ କପଡା ନିର୍ମିତ ବ୍ୟାଗ ଗୁଡିକୁ ପ୍ରଦର୍ଶନ କରିଥିଲେ । ଏନେଇ ଶ୍ରୀଯୁକ୍ତ ବେଉରିଆ ଉକ୍ତ ସାମଗ୍ରୀ ଗୁଡିକୁ ଉପଯୁକ୍ତ ମୂଲ୍ୟ ଓ ମହିଳାମାନଙ୍କୁ କର୍ମନିଯୁକ୍ତି ନିମନ୍ତେ ଏହାକୁ ଉପଯୁକ୍ତ ପ୍ରଣାଳୀରେ ବିକ୍ରୟ ଉଦେଶ୍ୟରେ ଏକ ବଜାର ସୃଷ୍ଟି କରିବାପାଇଁ ପ୍ରତିଶୃତି ଦେଇଥିଲେ । ବ୍ୟାସନଗର ପୌରପରିଷଦ ଦ୍ୱାରା ସ୍ୱତନ୍ତ୍ର ଭାବେ ବିକ୍ରୟ କେନ୍ଦ୍ର ଅନୁଷ୍ଠିତ ହେବ । ଏହି କର୍ମଶାଳାରେ ସମସ୍ତ କାଉନସିଲର ଓ ସ୍ୱୟଂସହାୟକ ଗୋଷ୍ଠୀର ପ୍ରାୟ ୧୫୦ ରୁ ଉର୍ଦ୍ଧ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।