30.1 C
Bhubaneswar
Saturday, July 6, 2024
Homeଅପରାଧବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର : ଡାହାଣୀ ସନ୍ଦେହରେ ହତ୍ୟା, ୫ ଅଭିଯୁକ୍ତ ଗିରଫ

ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର : ଡାହାଣୀ ସନ୍ଦେହରେ ହତ୍ୟା, ୫ ଅଭିଯୁକ୍ତ ଗିରଫ

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଘୁଳୁଘୁଳିଆ ଗ୍ରାମ ବିଦିରି ସାହି ଦଣ୍ଡା ହୁଡ଼ିର ପଥର ଖୋଲ ଭିତରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଗତ ୨୦୨୧ ମସିହା ଫେବୃଆରୀ ମାସ ୫ ତାରିଖ ଦିନ ଗଳିତ ଶବ ପୋଲିସ ଦ୍ୱାରା ଉଦ୍ଧାର ହୋଇଥିଲା । ପୋଲିସ ଏହି ଘଟଣାର ଅନୁସନ୍ଧାନ ଜାରି ରଖିଥିଲା । ଏହି ଘଟଣାରେ ନଭେମ୍ବର ୨୨ ତାରିଖ ମଙ୍ଗଳବାର ମହୁଲଡିହା ଥାନା ପୁଲିସ ୫ ଜଣକୁ ଗିରଫ କରିଛି । ଗିରଫ ୫ ଜଣ ଅଭିଯୁକ୍ତ ହେଲେ ଘୁଳୁଘୁଳିଆ ଗ୍ରାମର ସାଲୁକା ହାଇବରୁ (୪୫), ଶ୍ୟାମସୁନ୍ଦର ହାଇବରୁ (୪୫), ଚକ୍ରଧର ହାଇବୁରୁ (୬୨),ମକୁନ୍ଦ ହାଇବୁରୁ (୨୪),ମାରତମ୍ ହାଇବୁରୁ (୨୪) ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଗତ ୨୦୨୧ ଜାନୁଆରୀ ମାସ ୨୫ ତାରିଖ ଦିନ ବୃଦ୍ଧଙ୍କ ନିଖୋଜ ନେଇ ମହୁଲଡ଼ିହା ଥାନାରେ ଅଭିଯୋଗ ହୋଇଥିଲା। କିଛିଦିନ ପରେ ପଥର ଖୋଲରୁ ବୃଦ୍ଧଙ୍କ ଗଳିତ ଶବ ପୁଲିସ ଠାବ କରିଥିଲା । ବୃଦ୍ଧଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ । ପୁଲିସ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍ ଟିମ୍ ନେଇ ତଦନ୍ତ କରିଥିଲେ ମଧ୍ୟ ସନ୍ଦେହ କରାଯାଉ ଥିବା ହତ୍ୟାକାଣ୍ଡ ସମ୍ପର୍କରେ କୌଣସି ସୁରାକ ପୁଲିସ ସେ ସମୟରେ ପାଇପାରିନ ଥିଲା ।

ମଙ୍ଗଳବାର ପୁଲିସ ହତ୍ୟାକାଣ୍ଡର ସୁରାକ ପାଇ ଏହି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହି ୫ ଜଣ ଅଭିଯୁକ୍ତ ବୃଦ୍ଧ ଜଣକୁ ଡାହାଣୀ ସନ୍ଦେହ କରୁଥିଲେ । ଗତ ୨୦୨୧ ମସିହା ଫେବୃୟାରୀ ୨୫ ତାରିଖ ଦିନ ଏହି ୫ ଅଭିଯୁକ୍ତ ଦଣ୍ଡା ହୁଡ଼ି ନିକଟରେ ବୃଦ୍ଧଙ୍କୁ ଏକୁଟିଆ ପାଇ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲେ । ପରେ ମୃତ ଦେହକୁ ଏକ ପଥର ଖୋଲ ଭିତରେ ପକାଇ ଦେଇଥିଲେ । ମହୁଲଡ଼ିହା ଥାନାରେ ଏକ ମାମଲା ରୁଜୁ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking