32.1 C
Bhubaneswar
Thursday, March 12, 2026
Homeଓଡିଶାବୃଦ୍ଧଙ୍କୁ ଗଳା କାଟି ହତ୍ୟା

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

ଅତାବିରା: ଅତାବିରା ଥାନା ବକୁଳିଫାର୍ମ ନିକଟ ସତୀଜୋରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବୟସ୍କ ବ୍ୟକ୍ତିଙ୍କୁ ଗଳାକାଟି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ଜଣକ ବରଗଡ଼ ଜିଲ୍ଲା ବରାହଗୋଡା ଗ୍ରାମର ମହାଦେବ ସାହୁ (୫୫) ବୋଲି ଚିହ୍ନଟ କରାଯାଇଛିସୂଚନା ଅନୁସାରେ, ଗତ ଶନିବାର ଦିନ ଦିନବେଳା ମହାଦେବ ସମ୍ବଲପୁର ଯାଉଛି ବୋଲି ଘରୁ କହି ବାହାରକୁ ଯାଇଥିଲେ। ଏହାପରେ ସେ ଶନିବାର ବଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥଲେ।

ଏନେଇ ପ୍ରମୋଦଙ୍କ ସ୍ତ୍ରୀ ତାଙ୍କ ଅତାବିରା ଥାନା ସରଣ୍ଡା ଗ୍ରାମରେ ରହୁଥିବା ତାଙ୍କ ଭାଇ ପ୍ରମୋଦ ଗଡତିଆଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ। ସକାଳେ ଖୋଜାଖୋଜି କଲାପରେ ଚକୁଳିଫାର୍ମଠାରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଜାଣିବାକୁ ପାଇ ସେଠାରେ ସେ ତାଙ୍କ ଭିଣୋଇ ମହାଦେବ ସାହୁ ବୋଲି ଚିହ୍ନି ଅତାବିରା ଥାନାରେ ଏତଲା ଦେଇଥିଲେ । ଘଟଣା ସମ୍ପର୍କରେ ସୂଚନାପାଇ ଅତାବିରା ପୁଲିସ ଓ ସମ୍ବଲପୁର ସାଇଣ୍ଟିଫିକ ଦଳ ସନ୍ଧାନୀ କୁକୁର ସହାୟତାରେ ଅନୁସନ୍ଧାନ ଜାରିରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking