18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଥମୁନି ତୈଳଦର ବୃଦ୍ଧି : କମିଥିଲା ୫ ଟଙ୍କା, ବଢ଼ିଲାଣି ୫.୬୦ ଟଙ୍କା

ଥମୁନି ତୈଳଦର ବୃଦ୍ଧି : କମିଥିଲା ୫ ଟଙ୍କା, ବଢ଼ିଲାଣି ୫.୬୦ ଟଙ୍କା

ନୂଆଦିଲ୍ଲୀ: ଦେଶରେ ଜାରିରହିଛି ତୈଳଦର ବୃଦ୍ଧି । ଦୈନିକ ହିସାବରେ ସରକାରୀ ତୈଳ ବିପଣନ କମ୍ପାନୀମାନେ ଦେଶରେ ପେଟ୍ରୋଲ୍‌-ଡିଜେଲ୍ ଦର ବୃଦ୍ଧି କରିବାରେ ଲାଗିଛନ୍ତି । ବିଗତ ୯ ଦିନ ମଧ୍ୟରେ ସରକାର ୮ ଥର ତୈଳଦର ବୃଦ୍ଧି କରିଛନ୍ତି । ଆଜି ମଧ୍ୟ ଏହି କ୍ରମରେ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ୮୦ ପଇସା ଲେଖାଏଁ ବୃଦ୍ଧି କରିଛନ୍ତି ସରକାର । ସୂଚନାଯୋଗ୍ୟ ଯେ ଗତ ନଭେମ୍ବର ବେଳକୁ ଅର୍ଥାତ୍ ଦୀପାବଳି ପୂର୍ବରୁ ସରକାର ଉତ୍ପାଦ ଶୁଳ୍କ ହ୍ରାସ କରି ପେଟ୍ରୋଲ୍‌-ଡିଜେଲ୍ ଦରରେ ପାଖାପାଖି ୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଥିଲେ । ତତ୍‌ପର ଠାରୁ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ଯୋଗୁଁ ସରକାର ଦୀର୍ଘ ୧୩୭ ଦିନ ଧରି ତୈଳଦର ସ୍ଥିର ରଖିଥିଲେ । ନିର୍ବଚାନ ପ୍ରକ୍ରିୟା ଶେଷ ହେବା ପରେ ପରେ ସରକାର ଆରମ୍ଭ କରିଥିଲେ ଦରବୃଦ୍ଧି । ଏହି କ୍ରମରେ ଅର୍ଥାତ୍ ଗତ ୮ ଥରର ବୃଦ୍ଧିରେ ସରକାର ପାଖାପାଖି ୫.୬୦ ଟଙ୍କାରୁ ଊର୍ଦ୍ଧ୍ୱ ବୃଦ୍ଧି କରିଛନ୍ତି । ଆଜିର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ଦର ଲିଟର ପ୍ରତି ୧୦୦.୮୪ ଓ ଡିଜେଲ୍ ଦର ଲିଟର ପ୍ରତି ୯୨.୪ ଟଙ୍କା ରହିଛି । ଠିକ୍ ସେହିପରି ମୁମ୍ବାଇରେ ପେଟ୍ରୋଲ୍ ଦର ଲିଟର ପ୍ରତି ୧୧୫.୮୬ ଓ ଡିଜେଲ୍ ଦର ଲିଟର ପ୍ରତି ୧୦୦.୮ ଟଙ୍କା, କୋଲ୍‌କାତାରେ ପେଟ୍ରୋଲ୍ ଦର ଲିଟର ପ୍ରତି ୧୧୦.୫୦ ଓ ଡିଜେଲ୍ ଦର ଲିଟର ପ୍ରତି ୯୫.୪ ଟଙ୍କା, ଚେନ୍ନାଇରେ ପେଟ୍ରୋଲ୍ ଦର ଲିଟର ପ୍ରତି ୧୦୬.୬୮ ଓ ଡିଜେଲ୍ ଦର ଲିଟର ପ୍ରତି ୯୬.୭୪ ଟଙ୍କା ଓ ଭୁବନେଶ୍ୱରରେ ପେଟ୍ରୋଲ୍ ଦର ଲିଟର ପ୍ରତି ୧୦୭.୭୭ ଓ ଡିଜେଲ୍ ଦର ଲିଟର ପ୍ରତି ୯୭.୫୫ ଟଙ୍କା ରହିଛି ବୋଲି ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking