ନୂଆଦିଲ୍ଲୀ: ଚଳିତ ଆର୍ôଥକବର୍ଷର ପ୍ରଥମ ୬ ମାସ ଅର୍ଥାତ୍ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଭାରତର ଅଣବିଶୋଧିତ ତୈଳ ଆମଦାନୀ ୨୯ ପ୍ରତିଶତ ହ୍ରାସ ପାଇଛି ବୋଲି ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଫଳରେ ୬୩.୪ ବିଲିୟନ ଡଲାର ଅର୍ଥ ରାଜକୋଷରେ ସୁରକ୍ଷିତ ରହିପାରିଛି । ଚଳିତବର୍ଷ ଏପ୍ରିଲରେ ଆମଦାନୀ କରାଯାଉଥିବା ତୈଳ ମୂଲ୍ୟ ବ୍ୟାରେଲ ପିଛା ୮୩.୭୬ ଡଲାର ଥିବାବେଳେ ସେପ୍ଟେମ୍ବରରେ ଏହା ୯୩.୫୪ ଡଲାରକୁ ବୃଦ୍ଧି ପାଇଥିଲା ।