ଭୁବନେଶ୍ୱର: ଜୁଲାଇ ୩୦ରୁ ଦଶମ ଶ୍ରେଣୀ ଅଫଲାଇନ ପରୀକ୍ଷା ଅନୁଷ୍ଠିତ ହେବ । ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଅଫ ଲାଇନ ପରୀକ୍ଷା ଚାଲିବ । ଅଫଲାଇନରେ ପରୀକ୍ଷା ପାଇଁ ଅନଲାଇନରେ ଫର୍ମ ପୂରଣ କରାଯିବ । ଜୁଲାଇ ୫ ତାରିଖରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ହେବ । ମାଟ୍ରିକ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ପରୀକ୍ଷା ନିମନ୍ତେ ସବୁ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଫିସ ଛାଡ କରାଯିବ । ସ୍ୱତନ୍ତ୍ର ଅଫଲାଇନ ପରୀକ୍ଷା କାରଣରୁ ଚଳିତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ନାହିଁ । ଚଳିତ ବର୍ଷ କରୋନା ମହାମାରୀ ପାଇଁ ବିନା ପରୀକ୍ଷାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ କରିଲେ ରାଜ୍ୟ ସରକାର। ଉଭୟ ସରକାରୀ ଓ ବେସରକାରୀ ସ୍କୁଲରେ ପଢୁଥିବା ପ୍ରାୟ ୯୮ ପ୍ରତିଶତ ପିଲା ପାସ୍ ମଧ୍ୟ କଲେ। ଏହି ଫଳାଫଳକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟ ସାମ୍ନାକୁ ଆସୁଥିବା ବେଳେ ଯେଉଁ ମାନେ ନିଜ ମାର୍କକୁ ନେଇ ଅସନ୍ତୁଷ୍ଟ ସେମାନେ ପୁଣି ସମସ୍ତ ପେପର୍ ପରୀକ୍ଷା ଦେଇପାରିବେ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା ।