28.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶଲିମ୍‌କା ସ୍ପୋର୍ଟଜ ଅଫିସିଆଲ୍ ପାନୀୟ ପାର୍ଟନର୍‌

ଲିମ୍‌କା ସ୍ପୋର୍ଟଜ ଅଫିସିଆଲ୍ ପାନୀୟ ପାର୍ଟନର୍‌

ନୂଆଦିଲ୍ଲୀ : ଆଗାମୀ ପୁରୁଷ ହକି ବିଶ୍ୱକପ୍ ସକାଶେ ହକି ଇଣ୍ଡିଆ ଲିମ୍‌କା ସ୍ପୋର୍ଟଜ ସହ ଚୁକ୍ତିବଦ୍ଧ ହୋଇଛି । ଏହି ଚୁକ୍ତିନାମା ଫଳରେ ଲିମ୍‌କା ସ୍ପୋର୍ଟଜ ବିଶ୍ୱକପ୍‌ର ପାନୀୟ ପାର୍ଟନର୍ ହୋଇଥିବା ବେଳେ ଚୁକ୍ତି ମୁତାବକ କୋକାକୋଲା କମ୍ପାନୀର ଏହି ଉତ୍ପାଦ ଟୁର୍ଣ୍ଣାମେଣ୍ଟ୍‌ରେ ସାମିଲ୍ ହେବାକୁ ଥିବା ସମସ୍ତ ଖେଳାଳି, ଷ୍ଟାଫ୍‌, କୋଚ୍‌, ଅଫିସିଆଲ୍‌, ଅତିଥି, ଭିଆଇପିମାନଙ୍କୁ ଉଭୟ ଭୁବନେଶ୍ୱର ଓ ରାଉରକେଲା ଭେନ୍ୟୁରେ ଯୋଗାଇ ଦିଆଯିବ । କୋକାକୋଲା ପକ୍ଷରୁ ଚଳିତ ବର୍ଷ ଏହି ଅପେକ୍ଷାକୃତ କମ୍ ଶର୍କରାବିଶିଷ୍ଟ ପାନୀୟର ବଜାର ପ୍ରବେଶ କରାଯାଇଥିଲା । ଏହି ପାନୀୟ ଖେଳାଳିମାନଙ୍କୁ ଅଧିକ ଶକ୍ତି ଯୋଗାଇଦେବାରେ ସକ୍ଷମ । ବିଶ୍ୱକପ୍ ପରି ଏକ ବ୍ୟସ୍ତବହୁଳ ଟୁର୍ଣ୍ଣାମେଣ୍ଟ୍‌ରେ ଖେଳାଳିମାନଙ୍କ ପାଇଁ ତ୍ୱରିତ ସ୍ଫୂର୍ତ୍ତିର ଆବଶ୍ୟକତା ଥିବା ବେଳେ ଲିମକା ସ୍ପୋର୍ଟଜରେ ଗ୍ଲୁକୋଜ୍ ସହ ଇଲେକଟ୍ରୋଲାଇଟ୍ ପରି ଜରୁରୀ ମିନେରାଲ୍ ରହିଥିବାରୁ ଏହି ପାନୀୟ ସେମାନଙ୍କର ଆବଶ୍ୟକତାକୁ ପୂରଣ କରିପାରିବ । ସେହିପରି ଏହା ଅତ୍ୟଧିକ ପରିଶ୍ରମ କରୁଥିବା ଖେଳାଳିମାନଙ୍କୁ ଆବଶ୍ୟକ ପରିମାଣର ଜଳୀୟ ଅଂଶ ଯୋଗାଇଦେବାରେ ସକ୍ଷମ । ପୁରୁଷ ହକି ବିଶ୍ୱକପ୍ ୨୦୨୩ ବର୍ଷର ସର୍ବବୃହତ୍ ଟୁର୍ଣ୍ଣାମେଣ୍ଟ୍ ହୋଇଥିବାରୁ ଏହା ସହ ସାମିଲ୍ ହେବା କମ୍ପାନୀ ପାଇଁ ଗୌରବର ବିଷୟ ବୋଲି କୋକାକୋଲା ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ହାଇଡ୍ରେସନ୍ କାଟାଗୋରି ନିର୍ଦ୍ଦେଶକ କାର୍ତ୍ତିକ ସୁବ୍ରମଣ୍ୟମ୍ କହିଛନ୍ତି । ସେହିପରି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ ଏହି ଚୁକ୍ତି ନେଇ ଖୁସି ପ୍ରକଟ କରିବା ସହ ଏହା ନିଶ୍ଚିତ ଭାବେ ଫଳପ୍ରଦ ହେବ ବୋଲି ଆଶା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking