32.1 C
Bhubaneswar
Saturday, October 19, 2024
Homeଓଡିଶାଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ, ଚାଲିଛି ୬ଟି ସ୍ଥାନରେ ଚଢ଼ଉ

ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ, ଚାଲିଛି ୬ଟି ସ୍ଥାନରେ ଚଢ଼ଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ । ଭୁବନେଶ୍ୱରରେ ପୂର୍ତ୍ତ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରୁଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ଭୁବନେଶ୍ବର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ଏହି ଚଢ଼ଉରେ ନିୟୋଜିତ ଅଛନ୍ତି ୫ ଡିଏସପି, ୧୧ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ।

ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । ପରେ ଏନେଇ ଚଢ଼ାଉ କରିଛି ଭିଜିଲାନ୍ସ । ଭୁବନେଶ୍ବର ସହ ​‌ଢେଙ୍କାନାଳ ଓ ଅନୁଗୁଳରେ ଥିବା ପୈତୃକ ଘରେ ମଧ୍ୟ ଚଢ଼ଉ ଚାଲିଥିବା ଖବର ଆସିଛି । ଭୁବନେଶ୍ୱରର ପଟିଆ ଓ ଶ୍ରୀ ବିହାର ସ୍ଥିତ ଭଡ଼ାଘରେ ଚଢ଼ଉ ଚାଲିଛି । ନନ୍ଦନକାନନରେ ଥିବା ଘରେ ମଧ୍ୟ ଚାଲିଛି ଚଢ଼ଉ । ଢେଙ୍କାନାଳରେ ଥିବା ୩ ମହଲା କୋଠା ଘର ସହ ଅନ୍ୟ ଏକ ଘରେ ମଧ୍ୟ ଚଢ଼ଉ କରୁଛି ଭିଜିଲାନ୍ସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking