18.1 C
Bhubaneswar
Monday, November 25, 2024
Homeଓଡିଶାଅନୁଷ୍ଠିିିିତ ହୋଇଛି ଓଡିଶା ସ୍କିଲ କନକ୍ଲେଭ ୨୦୨୩ ଥିମ

ଅନୁଷ୍ଠିିିିତ ହୋଇଛି ଓଡିଶା ସ୍କିଲ କନକ୍ଲେଭ ୨୦୨୩ ଥିମ

ଭୁବନେଶ୍ୱର:ଦକ୍ଷତା ବିକାଶ ବିଭାଗର ସାମ୍ବାଦିକ ସମ୍ମିଳନୀ  । ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି  । ଓଡ଼ିଶାରେ ପ୍ରଥମଥର ହେବାକୁ ଯାଉଛି ଦକ୍ଷତା କନକ୍ଲେଭ  । କର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ପ୍ରତିଭା ମାନଙ୍କୁ ଆଗକୁ ଆଣିବା  । ଯେଉଁ ଉଦ୍ଦେଶ୍ୟରେ କଳିଙ୍ଗ ଷ୍ଟାଡିୟମରେ ଏପ୍ରିଲ ୨୦,୨୧ ଓ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି  ।ଓଡ଼ିଶାର ଯୁବକ-ଯୁବତୀ ସଠିକ ସମୟରେ ପ୍ଲାଟଫର୍ମ ଖୋଜିଲେ ମଧ୍ୟ ପାଇ ପାରନ୍ତି ନାହିଁ  । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଯୁବକ ଯୁବତୀଙ୍କ ଅଭିନବ ପରିକଳ୍ପନା କରିଛନ୍ତି  । ଏହି ସ୍କିଲ କନକ୍ଲେଭରେ ନିଜର ପାରଦର୍ଶିତା ଦେଖାଇ ନିଯୁକ୍ତି ପାଇପାରିବେ ଦକ୍ଷ ଯୁବକ-ଯୁବତୀ  । ପ୍ରତିଟି ବ୍ୟକ୍ତି ନିଜକୁ ଦକ୍ଷ କରିବାର ଆବଶ୍ୟକତା ରହିଛି  । ଯେତେବେଳେ ଦକ୍ଷତାର ଅଭାବ ରହିଥାଏ, ସେତେବେଳେ ନିଯୁକ୍ତି ଅଭାବ ସୃଷ୍ଟି ହୋଇଥାଏ  ।ତେଣୁ ସଠିକ ପ୍ଲାଟଫର୍ମରେ ସବୁ ବର୍ଗର ପିଲାଙ୍କୁ ନିଯୁକ୍ତି ଦେବା ସରକାରଙ୍କ ମୂଳ ଲକ୍ଷ୍ୟ  । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ଭିତରେ ଥିବା ପ୍ରତିଭାକୁ ପ୍ରଦର୍ଶନ କରିପାରିବେ  । ଯଦ୍ୱାରା ନିଜର କନ୍ଫିଡେନ୍ସ ଲେବଲ ବଢିପାରିବ  । ସେମାନେ ନିଯୁକ୍ତି ପାଇପାରିବେ, ନିଜେ ଜଣେ ଜଣେ ଉଦ୍ୟୋଗୀ ହୋଇପାରିବେ  । ଯାହା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ  ।ବିଶ୍ୱବିଦ୍ୟାଳୟ ତଥା ବିଶିଷ୍ଟ ଶିଳ୍ପ ତଥା ସରକାରୀ ବିଭାଗର 100 ରୁ ଉଦ୍ଧ ପ୍ରଦର୍ଶନୀ ଆୟୋଜିତ ହେବ । ରାଜ୍ୟରେ ଦକ୍ଷତା ସମ୍ବନ୍ଧରେ ଶିଳ୍ପ ସହଭାଗୀମାନଙ୍କ ସହ ବିଭିନ୍ନ ଗୁରୁତ୍ବପୂର୍ଣ ଏମଓୟୁ ସ୍ବାକ୍ଷର ହେବ। ଏହି ଇଭେଣ୍ଟକୁ ସଫଳ କରିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଭୁବନେଶ୍ଵରର ଜନପଥରେ ନୂତନ ତଥା ଅନନ୍ୟ ‘ପଥପ୍ରାନ୍ତ ଉତ୍ସବ ଆୟୋଜନ କରାଯାଇଛି। ଓଡ଼ିଶାର ସମୃଦ୍ଧ ଐତିହ୍ୟ ସଂସ୍କୃତି ପ୍ରଦର୍ଶନ କରିବା ସହିତ ସମସ୍ତ ପରିଦର୍ଶକଙ୍କ ମନୋରଞ୍ଜନ ପାଇଁ 20 ଏବଂ 21 ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ।ପ୍ରକାଶ ଥାଉ କି ନୂଆଦିଲ୍ଲୀ ଠାରେ ଗତ । ଏପ୍ରିଲରେ କନଟ୍ରେର ପାଇଁ ଏକ କର୍ଟେନ ରେଜର ଆୟୋଜିତ ହୋଇଥିଲା | ରାଜ୍ୟରେ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆସନ୍ତା 11 ଏପ୍ରିଲରେ ଭୁବନେଶ୍ୱରରେ ମଧ୍ଯ ଆଗ ଏକ କର୍ଟେନ ରେଜର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking