ଭୁବନେଶ୍ୱର : ରାଜ୍ୟରେ ଚିନ୍ତାଜନକ ଭାବେ ବଢୁଛି ଦୁଷ୍କର୍ମ ମାମଲା। ୨୦୧୯ ରୁ ୨୦୨୨ ଭିତରେ ୧୫ ହଜାରରୁ ଅଧିକ ଦୁଷ୍କର୍ମ । ୩ ବର୍ଷରେ ୧୫,୦୦୦ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ୫, ୫୮୪ଟି ନାବାଳିକା ଦୁଷ୍କର୍ମ ମାମଲା ମଧ୍ୟ ସାମ୍ନାକୁ ଆସିଛି। ୨୦୧୯ରୁ ୨୦୨୨ ଭିତରେ ୧୦, ୧୨୯ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଗୃହରେ ଉତ୍ତର ରଖି ଏହି ତଥ୍ୟ ପ୍ରଦାନ କରିଛନ୍ତି। ୨୦୧୯ରେ ୨,୯୫୦ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିବା ବେଳେ ୨୦୨୦ରେ ୨,୯୮୪ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ସେହିପରି ୨୦୨୧ରେ ୩,୩୨୭ ଏବଂ ୨୦୨୨ରେ ୮୬୮ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ସେହିପରି ୨୦୧୯ରେ ୧,୬୩୫ଟି ନାବାଳିକା ଦୁଷ୍କର୍ମ ମାମଲା, ୨୦୨୦ରେ ୧,୬୪୬ଟି କେସ୍, ୨୦୨୧ରେ ୧,୮୭୧ଟି କେସ୍ ଏବଂ ୨୦୨୨ରେ ୪୩୨ଟି ନାବାଳିକା ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଦୁଷ୍କର୍ମ ମାମଲାରେ ପୁରୀ, ଭୁବନେଶ୍ୱର, ଯାଜପୁର ଆଗରେ ରହିଛି।