19.1 C
Bhubaneswar
Monday, November 18, 2024
Homeଓଡିଶାଆର୍ଥିକ ପରିଚାଳନାରେ ଓଡ଼ିଶାର ରେକର୍ଡ଼; ରାଜସ୍ୱ ବଳକାରେ ଦେଶରେ ଏକ ନମ୍ବର

ଆର୍ଥିକ ପରିଚାଳନାରେ ଓଡ଼ିଶାର ରେକର୍ଡ଼; ରାଜସ୍ୱ ବଳକାରେ ଦେଶରେ ଏକ ନମ୍ବର

ଭୁବନେଶ୍ୱର: ଆର୍ôଥକ ପରିଚାଳନାରେ ଓଡ଼ିଶାର ରେକର୍ଡ଼ କରିଛି । ରାଜସ୍ୱ ବଳକା ରାଜ୍ୟ ଭାବେ ଓଡ଼ିଶାର ସ୍ଥାନ ଦେଶରେ ଏକ ନମ୍ବର ରହିଛି । ଏନେଇ କେନ୍ଦ୍ର ସରକାର ଓ ନୀତି ଆୟୋଗ ପ୍ରଶଂସା କରିଛନ୍ତି ।    ସଦ୍ୟ ପ୍ରକାଶିତ ୨୦୨୧-୨୨ ଆର୍ôଥକ ବର୍ଷର ରିପୋର୍ଟରେ ତାହା ପ୍ରକାଶ ପାଇଛି । ଭାରତର ପ୍ରାୟ ଅଧିକାଂଶ ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇ ରାଜସ୍ୱ ବଳକା ତାଲିକାରେ ଓଡ଼ିଶା ସର୍ବାଗ୍ରେ ରହିଛି । ତାମିଲନାଡୁ, ମହାରାଷ୍ଟ୍ର, ରାଜସ୍ଥାନ, କର୍ଣ୍ଣାଟକ, ପଞ୍ଜାବ, ହରିୟାଣା, ପଶ୍ଚିମବଙ୍ଗ ଓ ଆସାମ ଭଳି ବଡ଼ ରାଜ୍ୟ ପଛରେ ରହିଛନ୍ତି । ସେହିପରି କଂଗ୍ରେସ ଶାସିତ ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ବିଜେପି ଶାସିତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ୍ ବି ଓଡ଼ିଶା ପଛରେ ରହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶିତା ଏବଂ ୫-ଟି ସଂସ୍କାର ଯୋଗୁଁ  ଓଡ଼ିଶା ଏଭଳି ସଫଳତା ପ୍ରାପ୍ତ ହୋଇଛି ।

ଓଡ଼ିଶାରେ ବଳକା ରାଜସ୍ୱ ପରିମାଣ ୪୩,୪୭୩ କୋଟି ଟଙ୍କା ହୋଇଥିବାବେଳେ ଉତ୍ତରପ୍ରଦେଶ ୩୩,୪୩୦ କୋଟି, ଗୁଜରାଟ ୬,୪୦୮ କୋଟି, ମଧ୍ୟପ୍ରଦେଶ ୪,୩୧୪ କୋଟି, ଦିଲ୍ଲୀ ୩,୨୬୯ କୋଟି, ତାମିଲନାଡ଼ୁ -୪୬,୫୩୮ କୋଟି, ପଶ୍ଚିମବଙ୍ଗ -୩୨,୦୦୦ କୋଟି, ରାଜସ୍ଥାନ ୨୫,୮୬୯ କୋଟି, ମହାରାଷ୍ଟ୍ର -୧୬,୩୭୪ କୋଟି, କର୍ଣ୍ଣାଟକ -୧୩,୬୬୬ କୋଟି, ଆନ୍ଧ୍ର ପ୍ରଦେଶ -୮୬୧୧ କୋଟି, କେରଳ -୨୯,୫୩୯ କୋଟି ଏବଂ ବିହାର -୪୨୨ କୋଟି ରହିଛି । ଅଧିକାଂଶ ରାଜ୍ୟ ରାଜସ୍ୱ ନିଅଣ୍ଟରେ ଚାଲୁଥିବାବେଳେ ଓଡ଼ିଶା ଦେଶର ଆର୍ôଥକ ଶକ୍ତି ଭାବେ ଉଭା ହୋଇଛି । ସେଥିପାଇଁ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାରେ ନିଜ ଅଂଶଧନ ଦେବା ସହ ଜମି ଓ ପ୍ରଶାସନିକ ଖର୍ଚ୍ଚ ବାବଦରେ ବହୁ ଅର୍ଥ ବ୍ୟୟ କରୁଛନ୍ତି । ବହୁ କ୍ଷେତ୍ରରେ ରୂପାନ୍ତର ସମ୍ଭବ ହୋଇଛି । ସେସବୁ କ୍ଷେତ୍ର୍ରଗୁଡ଼ିକ ହେଉଛି ସ୍କୁଲ୍‌, ପାନୀୟ ଜଳ, ଜଳସେଚନ, ଚାଷ, ମିଶନ ଶକ୍ତି, ସ୍ୱାସ୍ଥ୍ୟସେବା ଓ ଗ୍ରାମାଞ୍ଚଳ ବିକାଶ ।

ଉଲ୍ଲେଖନୀୟ ଯେ ଓଡ଼ିଶାର ଆର୍ଥିକ ସ୍ଥିତି ମଜଭୁତ୍ କାରଣରୁ ସରକାର ଖୋଲା ବଜାରରୁ ଋଣ କରିବେନାହିଁ ବୋଲି ଗତ ସେପ୍ଟେମ୍ବର ୨୨ରେ ବିଧାନସଭାରେ ଆଗତ କରିଥିବା ପ୍ରଥମ ଅତିରିକ୍ତ ବଜେଟ୍‌ରେ ସ୍ପଷ୍ଟ କରିଥିଲେ । ବିଗତ ତିନିବର୍ଷ ଧରି ହିସାବ ଦେଖିଲେ ରାଜ୍ୟର ମୁଣ୍ଡପିଛା ଋଣଭାର କମିଥିବା ଜଣାଯାଇଛି । ଗତ ଜୁଲାଇ ୨୦୨୩ ସୁଦ୍ଧା ରାଜ୍ୟର ମୋଟ୍ ଋଣ ପରିମାଣ ୮୮,୭୮୭ କୋଟି ଥିବାବେଳେ ମୁଣ୍ଡପିଛା ଋଣଭାର ମାତ୍ର ୧୯,୧୭୧ ଟଙ୍କା ରହିଛି । ତାହା ମୋଟ୍ ଋଣ ପରିମାଣର ୧୦.୩% ଏବଂ ଅନ୍ୟରାଜ୍ୟ ଠାରୁ ତାହା ବହୁତ କମ୍ । ଏହାର କାରଣ ହେଲା ଓଡ଼ିଶା ଏବେ ରାଜସ୍ୱ ବଳକା ରାଜ୍ୟ । ଉପସ୍ଥାପିତ ପ୍ରଥମ ଅତିରିକ୍ତ ବଜେଟ୍‌ରେ ବି ରାଜ୍ୟ ସରକାର ହାତ ଖୋଲି ଦେଇଥିଲେ । ସେଥିପାଇଁ ବଜେଟ୍‌ରେ ନିର୍ମାଣଧୀନ ପ୍ରକଳ୍ପ ପାଇଁ ଅଧିକ ଅର୍ଥ ବରାଦ ସହ ଗ୍ରାମ୍ୟ ଭିତ୍ତିଭୂମି, କୃଷି, ଶିକ୍ଷା ଓ ଜଳସେଚନକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ତାହା ଏବେ କାର୍ଯ୍ୟକ୍ଷମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking