26.1 C
Bhubaneswar
Monday, September 30, 2024
Homeଓଡିଶାଦିବ୍ୟାଙ୍ଗ ଲିପୁନାଙ୍କୁ ବଞ୍ଚିବାର ରାହା ଦେଲା ଓଡିଶା ମୋ ପରିବାର

ଦିବ୍ୟାଙ୍ଗ ଲିପୁନାଙ୍କୁ ବଞ୍ଚିବାର ରାହା ଦେଲା ଓଡିଶା ମୋ ପରିବାର

ଭୁବନେଶ୍ୱର : ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବାରୁ ଭିକ ମାଗି ପେଟ ପୋଷୁଥିଲେ, ବେଳେ ଖାଇ ବେଳେ ଉପାସ ରହୁଥିଲେ ଲିପୁନା ଓ ତାଙ୍କ ପରିବାର । ଭିକ ମାଗିବା ଛଡ଼ା ତାଙ୍କ ପାଖରେ ଆଉ କିଛି ଉପାୟ ନଥିଲା । ଜୀବନ ଜିଇବା ତାଙ୍କ ପକ୍ଷେ ଦୁର୍ବିସହ ହୋଇପଡ଼ିଥିଲା ଯେମିତି । ଭିକ ମାଗୁଥିବାରୁ ଅନେକ ଲୋକଙ୍କର ଲାଞ୍ଛନା ସହି ଲୁହରେ ଆଖି ଭିଜୁଥିଲା ସିନା, ସ୍ଵାବଲମ୍ବୀ ହେବାକୁ ରାହା ମିଳୁ ନଥିଲା । ଶେଷରେ ସାହା ହେଲା ଓଡ଼ିଶା ମୋ ପରିବାର, ସହଜ ହେଲା ଲିପୁନାଙ୍କର ଜୀବନ

କାହାଣୀଟି ହେଉଛି, ଭୁବନେଶ୍ୱରର ଜଣେ ଦିବ୍ୟାଙ୍ଗ ଲିପୁନା ପ୍ରତିହାରୀଙ୍କର । ଯିଏ ପ୍ରେସ କ୍ଲବ ନିକଟରେ ଭିକ ମାଗି ନିଜ ପରିବାରର ପେଟ ପୋଷୁଥିଲେ । ଭିକ୍ଷାବୃତ୍ତି କରିବା ଛଡ଼ା ତାଙ୍କ ପାଖରେ ଆଉ କୌଣସି ଉପାୟ ନଥିଲା । ଥରେ, ଓଡ଼ିଶା ମୋ ପରିବାରର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ତାଙ୍କୁ ଏଭଳି ଅସହାୟ ଅବସ୍ଥାରେ ଦେଖି ପାଖକୁ ଯାଇ ପଚାରିବାରୁ ତାର କରୁଣ କାହାଣୀ ବିଷୟରେ ଜାଣିବାକୁ ପାଇଥିଲେ । ପରେ ଆଲିମ୍କୋ ସହିତ ଆଲୋଚନା କରି ତାଙ୍କୁ ଏକ ଟ୍ରାଇ ସାଇକେଲ ଦିଆଯିବା ପାଇଁ ସ୍ଥିର କରାଗଲା । ଯଦ୍ଦ୍ୱାରା ସେ ନିଜେ ସ୍ଵାବଲମ୍ବୀ ହୋଇ ନିଜ ପରିବାରର ପେଟ ପୋଷି ପାରିବେ । ଗତ ଅଗଷ୍ଟ ୯ ତାରିଖରେ ଓଡ଼ିଶା ମୋ ପରିବାର ପକ୍ଷରୁ ସେହି ଟ୍ରାଇ-ସାଇକେଲକୁ ଉତ୍ତମ ମାନର ମରାମତି କରାଯାଇ ଦିଆଯାଇଥିଲା । ଯେଉଁଥିରେ ସେ ଏକ ଛୋଟ ଦୋକାନ କରି ଜିନିଷ ବିକ୍ରି କରି ପାରିବେ ଏବଂ ଦୋକାନ ପାଇଁ ତାଙ୍କୁ ସମସ୍ତ ଆବଶ୍ୟକୀୟ ଜିନିଷ ତଥା ବିସ୍କୁଟ,ଚିପ୍ସ,ଛୋଟ ପ୍ଲାଷ୍ଟିକ ବୋତଲ,ଚକୋଲେଟ ଆଦି ଯୋଗାଇ ଦିଆଯାଇଥିଲା । ଲିପୁନାଙ୍କୁ ଟ୍ରାଇ ସାଇକେଲ ଦିଆଯିବା ସମୟରେ ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମେତ ଓଡ଼ିଶା ମୋ ପରିବାର ସମ୍ପାଦକ ଶ୍ରୀ ଦୁର୍ଗା ସାମନ୍ତରାୟ, ସ୍ୱାସ୍ଥ୍ୟ ଉପଦେଷ୍ଟା ଡଃ ସତ୍ୟଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
ଲିପୁନାଙ୍କ ଅନ୍ଧକାର ଜୀବନରେ ଆଲୋକ ଭରିଦେଇଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ । ସେ ଟ୍ରାଇ-ସାଇକେଲରେ ତାଙ୍କର ଏକ ସୁନ୍ଦର ଭବିଷ୍ୟତ ଦେଖିପାରୁଛନ୍ତି ବୋଲି କହି ଭାବବିହ୍ଵଳ ହୋଇ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking