ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଆନୁକୁଲ୍ୟରେ ରାଜ୍ୟର ସବୁ ଜିଲ୍ଲା ସଦରମହକୁମାଠାରେ ସପ୍ତାହବ୍ୟାପୀ ରକ୍ତଦାନ ଶିବିର ଅଭିଯାନର ଶୁଭାରମ୍ଭ ହୋଇଛି ।ଏହି ରକ୍ତଦାନ ଶିବିର ଅଭିଯାନ ଅଗଷ୍ଟ ୯ ତାରିଖ କ୍ରାନ୍ତିଦିବସଠାରୁ ଆରମ୍ଭ ହୋଇ ଅଗଷ୍ଟ୧୫ ତାରିଖ ସ୍ୱାଧୀନତା ଦିବାସ ପର୍ଯ୍ୟନ୍ତ ଚାଲିବ ।
୧୦ ହଜାର ୟୁନିଟ ରକ୍ତ ସଂଗ୍ରହ କରିବା ଏହି ଅଭିଯାନର ଲକ୍ଷ୍ୟ । ଭୁବନେଶ୍ୱରସ୍ଥିତ ବିଜୁ ଜନତା ଦଳ ମୁଖ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଓଡ଼ିଶା ମୋ ପରିବାର ଆବାହକ ଶ୍ରୀ ଅରୁପ ପଟ୍ଟନାୟକ ଉଦ୍ଘାଟନ କରି ଏହି ଅଭିଯାନର ଶୁଭାରମ୍ଭ କରିଥିଲେ । ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ମୁଖ୍ୟ ସଂଯୋଜକ ତଥା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ମୁଖ୍ୟ ସହ-ସଂଯୋଜକ ତଥା ବିଧାୟକ ଶ୍ରୀ ଅତନୁ ସବ୍ୟସାଚୀ ନାୟକ,ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର,ଭୁବନେଶ୍ୱର(ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର(ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ସେହିପରି ରାଜ୍ୟର ସମସ୍ତ ଜିଲ୍ଲା ସଦରମହକୁମାଠାରେ ସ୍ଥାନୀୟ ସାଂସଦ, ବିଧାୟକ ଓ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ଏବଂ ସହ-ସଂଯୋଜକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।ସପ୍ତାହବ୍ୟାପୀ ହେବାକୁ ଥିବା ଏହି ରକ୍ତଦାନ ଶିବିରର ପ୍ରଥମଦିନରେ ୨୯ ଟି ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା ଏବଂ ୧୪୫୦ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।