ଜନ୍ମମାଟିକୁ ପଠାଇଲା ଓମାନ୍ ମୃତକଙ୍କ ପାର୍ଥିବ ଶରୀର
ଭୁବନେଶ୍ୱର: ହୃଦୟ ଜିଣିଛି ଓଡ଼ିଶା-ମୋ ପରିବାର । ଓମାନ୍ରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପାର୍ôଥବ ଶରୀରକୁ ଓଡ଼ିଶା-ମୋ ପରିବାରର ସହାୟତାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନ ବନ୍ଦରରୁ ନିଜ ଗ୍ରାମକୁ ପଠାଇ ଦିଆଯାଇଛି । ବୁଧବାର ବିମାନବନ୍ଦରରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି, ଓଡ଼ିଶା-ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ କହିଥିଲେ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ୍ ବ୍ଲକ୍ ଅନ୍ତର୍ଗତ କମଳାପଦର ଗ୍ରାମର ପ୍ରଦୀପ ପାହନ ଓମାନ୍ର ରାଜଧାନୀ ମସ୍କଟରେ ରହି ଡଲ୍ଟିନ୍ ଟ୍ରେନିଂ ଆଣ୍ଡ ଇଷ୍ଟ୍ରୁମେଣ୍ଟ (ଏଲ୍ଏଲ୍ସି) କମ୍ପାନୀରେ କାମ କରୁଥିଲେ । ଚଳିତମାସ ୧୪ରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିଲା । ତେବେ ତାଙ୍କର ଶବ ବ୍ୟବଚ୍ଛେଦ ପରେ ପାର୍ôଥବ ଶରୀରକୁ ଓଡ଼ିଶା ଫେରାଇ ଆଣିବାକୁ ବାରାରିନ୍ ଓଡ଼ିଶା-ମୋ ପରିବାର ଡ. ଅରୁଣ ପ୍ରହରାଜ ଭାରତୀୟ ଦୂତାବାସ, ବୈଦେଶିକ ବ୍ୟାପାର ମନ୍ତ୍ରଣାୟ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଓଡ଼ିଶା ମୋ ପରିବାର ସହିତ ଯୋଗାଯୋଗ କରିଥିଲେ ।
ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସହାୟତା ଲୋଡ଼ିଥିଲେ । ତେବେ ଓମାନ୍ରୁ ଭାୟା ମୁମ୍ବାଇ ହୋଇ ବୁଧବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସ୍ୱର୍ଗତ ପ୍ରଦୀପଙ୍କ ମର ଶରୀର ପହଞ୍ଚିଛି । ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କ ମରଶରୀରକୁ ଜନ୍ମମାଟି କମଳାପଦରକୁ ପଠାଇଦିଆଯାଇଛି ବୋଲି ସେ ସୂଚନା ଦେଇଥିଲେ । ବିମାନ ବନ୍ଦରରେ ଓଡ଼ିଶା-ମୋ ପରିବାର ଆବାହକ ଶ୍ରୀ ପଟ୍ଟନାୟକଙ୍କ ସମେତ ଯୁଗ୍ମ ସଂପାଦକ ରୁଦ୍ର ନାରାୟଣ ସାମନ୍ତରାୟ, ସମୀର ପ୍ରଧାନ, ବିଜୁ ଜନତା ଦଳ ବରିଷ୍ଠନେତା ଭରଦ୍ୱାଜ ମିଶ୍ର, ସ୍ୱାସ୍ଥ୍ୟ ଉପଦେଷ୍ଟା ସତ୍ୟଜିତ ଦାଶ ପ୍ରମୁଖ ଉପସ୍ଥିତ ରହି ପାର୍ôଥବ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।