18.1 C
Bhubaneswar
Saturday, November 23, 2024
Homeଓଡିଶାଓଡ଼ିଶା ସରକାର ମୂକ,ବଧିର : ନରସିଂହ

ଓଡ଼ିଶା ସରକାର ମୂକ,ବଧିର : ନରସିଂହ

ଭୁବନେଶ୍ୱର : ଗୃହରେ ଏପରି ଅଚଳ ଅବସ୍ଥା ସୃଷ୍ଟି ହେଉଛି ତାର ମୁଖ୍ୟ କାରଣ ହେଲା ରାଜ୍ୟରେ ଗୋଟେ ସରକାର ବୋଲି ନାହିଁ । ଯୋଉଟା କ୍ୟାବିନେଟ ବି ଅଛି ସେ କ୍ୟାବିନେଟ ବି ଯାଣୁନାହିଁ ସେ କଣ କରୁଛି, କେଉଁ ପ୍ରସ୍ଥାବ ପାସ୍ କରୁଛି , କାଉଁ ପ୍ରସ୍ଥାବ କୁ ବିରୋଧ କରୁଛି ଓ କାହାକୁ ନକଜ କରୁଛି । କେହି ଯାଣନ୍ତି ନାହିଁ ମୁଖ୍ୟମନ୍ତ୍ରୀଙ୍କ ସହିତ , ସେଥିପାଇଁ ଅଚଳ ଅବସ୍ଥା । କ୍ୟାବିନେଟରେ ପାସ କରିଦେଲେ ଯେ ଗୋଟେ ଆଇନ ସଂଶୋଧନ କରାଯିବ , ଆଦିବାସୀ ମାନଙ୍କ ଜମୀ ହସ୍ତାନ୍ତରକୁ ନେଇ , ଯାହା ଆଇନ ଥିଲା ତାକୁ ସଂଶୋଧନ କରାଯିବ । ପରବର୍ତ୍ତୀ ସମୟରେ ମନ୍ତ୍ରୀ କହିଲେ ସେ କ୍ୟାବିନେଟ ନିଷ୍ପତି କାର୍ଯ୍ୟକାରୀ ହେବନାହିଁ । ମନ୍ତ୍ରୀ କିଏ ? ଯଦି ଗୋଟ କ୍ୟାବିନେଟ ନିଷ୍ପତ୍ତି ନିଏ ସବୁ ବିଷୟ ଟିକନିକ ଭବରେ ଆଲୋଚନା କରାଯାଏ ।ସବୁ ବିଷୟକୁ ସବୁ ମନ୍ତ୍ରୀ ବୁଝନ୍ତି । କେଉଁଟି ଠିକ୍ ଓ କେଉଁଟି ଭୁଲ୍ ତକୁ ବିଚର କରାଯାଏ ଏବଂ ଏହାପରେ ଅନୁମୋଦନ କରଯାଏ । ବିନା ଆଲୋଚନାରେ କେଉଁ ଗୁମାସ୍ଥା କହିଲେ ବୋଲି ମୋହର ମାରିବା ଠିକ ନୁହେଁ । ମନ୍ତ୍ରୀ ବୋଧେ ଆଇନ ଜାଣନ୍ତି ନାହିଁ ଓ ବିନା ଆଲୋଚନାରେ ଏହାକୁ ପାସ୍ କରିଛନ୍ତି ନହେଲେ ୧-୨ ଭିତରେ ପୁଣି ଭୁଲ ଆସିଲା କିପରି । ତାହେଲେ ଗୁମାସ୍ଥା ମାନେ ଯାହା ଲେଖୁଛନ୍ତି , ଏୟେ ଖାଲି ହଁ ମାରିକି ପାସ୍ କରୁଛନ୍ତି । ଯଦି ଚଳନ୍ତି ସରକାର ଥାନ୍ତା , ଗଣତନ୍ତ୍ର ଶାସନ ଥାନ୍ତା ଏଭଳି ଅଚଳ ଅବସ୍ଥା ସୃଷ୍ଟି ହୋଇନଥାନ୍ତା । ତେବେ ଏ ପ୍ରସଙ୍ଗରେ ସଂପୂର୍ଣ୍ଣ ଆଲୋଚନା କରାଯାଉ । ସାମ୍ବଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ଘରୋଇ ବସ୍ ମାଲିକ ମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି ତାଙ୍କର ଦାବି ଯଥାର୍ଥ ଏବଂ ସରକାର ତାଙ୍କୁ ସବୁବେଳେ ପ୍ରତାରଣା କରୁଛନ୍ତି , ମିଥ୍ୟା ପ୍ରତିସୃତି ଦେଉଛନ୍ତି । ସେମନେ ବାଧ୍ୟ ହେଉଛନ୍ତି ରାଜରାସ୍ତାକୁ ଆସିବା ପାଇଁ ଏବଂ ପରବର୍ତ୍ତୀ ସମୟରେ ତାଙ୍କ କଥା ଯଦି ନଶୁଣା ଯାଏ ତେବେ ପରିସ୍ଥିତି ଆହୁରି ଭୟଙ୍କର ହେବ । ଯାତ୍ରି ମାନେ ବହୁତ ଅସୁବିଧାର ସମ୍ମୁଖିନ ହୋଇ ପାରନ୍ତି । ଏ ସରକାର ହେଉଛନ୍ତି ମୁକ ବଧିର ସରକାର , ଏ ସରକାର କଣ କୁହନ୍ତି ନିଜେ ଯାଣନ୍ତି ନାହିଁ । ପ୍ରତିସୃତି ଦେଇ ସେ ଭୁଲିଯାନ୍ତି । ସେଥିପାଇଁ ଲୋକ ବାରମ୍ବାର ରାଜରାସ୍ତାକୁ ଆସୁଛନ୍ତି । ସାମ୍ବାଦିକ ପ୍ରଶ୍ନର ଉତ୍ତରରେ କହିଛନ୍ତି ସିଏମଓ ଅଫିସ ଆଉ ଅଛି କି ? ମୁଖ୍ୟମନ୍ତ୍ରୀଙ୍କ ସଚିବ ଇସ୍ତଫା ଦେଲ ପରେ ସିଏମଓ ଅଫିସ ନାହିଁ ବୋଲି ଆଉ ଅଛି କି ମୁଁ ତ ଜାଣିନି , ତାର ଉପସ୍ଥିତି ବି ମୁଁ ଅନୁଭବ କରୁନାହିଁ । ଇଏତ ଏକଛତ୍ରବାଦ ଶାସନ ଚାଲିଛି , ପରଦା ପଛରେ ଥାଇ କୌଣସି ଏକ ବ୍ୟକ୍ତିର ଅଙ୍ଗୁଳି ଚାଳନାରେ ଏଇ ଶାସନ ଚାଲୁଛି । ସାମ୍ବାଦିକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯଦି ସିଏମଓ ଅଫିସ ତେବେ ମୁଖ୍ୟମନ୍ତ୍ରୀ ବହୁ ପରାମର୍ଶଦତା ଚାହୁଁଛନ୍ତି ,ସେଥିପାଇଁ ବହୁ ପରାମର୍ଶଦତାଙ୍କୁ ନିଯୁକ୍ତି ଦେଉଛନ୍ତି ପରମର୍ଶଦତା ଆଉ କାହାକୁ କରିବେ ଯେଉଁମାନେ ଅବସର ନେଇଛନ୍ତି ତାଙ୍କୁ ପରାମର୍ଶଦତା କରି ରଖିଛନ୍ତି । କାରଣ ଯେଉଁମନେ କାର୍ଯ୍ୟରେ ନିୟୋଜିତ ଅଛନ୍ତି ତାଙ୍କର ପରାମର୍ଶ ବୋଧହୁଏ ଯଥେଷ୍ଟ ହେଉନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking