32.1 C
Bhubaneswar
Monday, October 21, 2024
Homeଓଡିଶାରାଜ୍ୟ ସରକାରଙ୍କୁ ୯କୋଟି ୪୧ଲକ୍ଷ ଲାଭାଂଶ ଦେଲା ଓଡ଼ିଶା ପାନୀୟ ନିଗମ

ରାଜ୍ୟ ସରକାରଙ୍କୁ ୯କୋଟି ୪୧ଲକ୍ଷ ଲାଭାଂଶ ଦେଲା ଓଡ଼ିଶା ପାନୀୟ ନିଗମ

ଭୁବନେଶ୍ୱର: ଓଡ଼ିଶା ପାନୀୟ ନିଗମ(ଓଡ଼ିଶା ଷ୍ଟେଟ୍ ବିଭରେଜେସ୍ କର୍ପୋରେସନ୍ ଲିଃ.) ୨୦୨୨-୨୩ ଆର୍ôଥକବର୍ଷରେ ମୂଲ୍ୟଯୁକ୍ତ କର ବ୍ୟତୀତ ୭୪୫୬.୬୪ କୋଟି ଟଙ୍କା କାରବାର କରିଛି । ଉତ୍ପାଦନ ଶୁଳ୍କ ଭାବରେ ନିଗମ ତରଫରୁ ରାଜ୍ୟ ସରକାରଙ୍କ ଠାରେ ୫୨୬୭.୬୯ କୋଟି ଟଙ୍କା ଓ ମୂଲ୍ୟଯୁକ୍ତ କର(ଭାଟ୍‌) ଆକାରରେ ୨୫୧୨.୮୩ କୋଟି ଦାଖଲ କରାଯାଇଛି । କର ବାବଦକୁ ଦେୟ ପରେ ନିଗମ ୩୧.୩୮ କୋଟି ଟଙ୍କା ଲାଭ କରିଥିବା ଜଣାଯାଇଛି । ତେବେ ନିଗମ ତରଫରୁ ଏହାର ମୋଟ୍ ଲାଭାଂଶରୁ ରାଜ୍ୟ ସରକାରଙ୍କ ଅଂଶ ଭାବରେ ୯.୪୧କୋଟି ଟଙ୍କା ଆଜି ପ୍ରଦାନ କରାଯାଇଛି । ରାଜ୍ୟ ପଞ୍ଜାୟତିରାଜ, ପାନୀୟ ଜଳ ତଥା ଅବକାରୀ ବିଭାଗ ପ୍ରମୁଖ ସଚିବ ସୁଶୀଲ ଲୋହାନୀ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏହି ଅର୍ଥ ଚେକ୍ ଆକାରରେ ମୁଖ୍ୟସଚିବ ପ୍ରଦୀପ ଜେନାଙ୍କୁ ପ୍ରଦାନ କରିଥିଲେ । ଏହି ସମୟରେ ନିଗମର ପରିଚାଳନା ନିର୍ଦ୍ଦେଶକ ଅମ୍ବର କର ଏବଂ ମୁଖ୍ୟ ସାଧାରଣ ପରିଚାଳକ ମାନସ ରଞ୍ଜନ ସ୍ୱାଇଁ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking