32.1 C
Bhubaneswar
Monday, October 21, 2024
Homeଖେଳବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ ଫାଇନାଲରେ ଓଡ଼ିଆ ପୁଅ କିଶୋର

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ ଫାଇନାଲରେ ଓଡ଼ିଆ ପୁଅ କିଶୋର

ବ୍ୟୁରୋ : ଇତିହାସ ସୃଷ୍ଟି କଲେ ଓଡ଼ିଆ ପୁଅ କିଶୋର ଜେନା । ପ୍ରଥମ ଓଡ଼ିଆ ଆଥଲେଟ୍ ଭାବେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପର ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି କିଶୋର । ହଙ୍ଗେରୀର ବୁଦାପେଷ୍ଟଠାରେ ଚାଲିଥିବା ୱାର୍ଲଡ୍ ଆଥଲେଟିକ୍ସ ଚାମ୍ପିୟନସିପର ଜାଭେଲିନ୍ ଥ୍ରୋର କ୍ୱାଲିଫାଇଂ ରାଉଣ୍ଡରେ କିଶୋର ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ପ୍ରଥମ ଆଟେମ୍ପଟରେ ୮୦ ଦଶମିକ ୫୫ ମିଟର ଜାଭେଲିନ୍ ଫିଙ୍ଗିଥିଲେ । ତେବେ ଅନ୍ୟ ଦୁଇଟି ଆଟେମ୍ପଟରେ ତାଙ୍କର ପ୍ରଦର୍ଶନ ଏତେ ଉତ୍ସାହଜନକ ନ ଥିଲା । ହେଲେ ଯୋଗ୍ୟତା ହାସଲ କରିଥିବା ପ୍ରଥମ ୧୨ ଜଣଙ୍କ ମଧ୍ୟରେ ସେ ନବମ ସ୍ଥାନରେ ରହି ପଦକ ଦୌଡରେ ସାମିଲ ହୋଇଛନ୍ତି । କିଶୋର ଜେନାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୪ ଦଶମିକ ୩୮ ମିଟର । ସେହିପରି ଅଲମ୍ପିକ୍ସ ପଦକ ବିଜେତା ତଥା ୱାର୍ଲଡ ଚାମ୍ପିୟନ୍ ଭାରତର ନୀରଜ ଚୋପ୍ରା କ୍ୱାଲିଂପାଇଁ ରାଉଣ୍ଡରେ ୮୮ ଦଶମିକ ୭୭ ମିଟର ଜାଭେଲିନ୍ ଫିଙ୍ଗି ପ୍ରଥମ ସ୍ଥାନରେ ରହି ଯୋଗ୍ୟତା ହାସଲ କରିଛନ୍ତି । ସେହିପରି ଅନ୍ୟତମ ଯୁବ ଭାରତୀୟ ଆଥଲେଟ ଡିପି ମନୁ ମଧ୍ୟ ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି । ପ୍ରଥମ ଥର ଲାଗି ୱାଲର୍ଡ ଆଥଲେଟିକ୍ସ ଚାମ୍ପିୟନସିପର ଜାଭେଲିନ ଥ୍ରୋର ଫାଇନାଲ ରାଉଣ୍ଡରେ ୩ ଜଣ ଭାରତୀୟ ପହଞ୍ଚିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking