30.1 C
Bhubaneswar
Saturday, July 6, 2024
Homeବିଜିନେସ୍ଅକ୍ଟୋବର-୨୨ ରିପୋର୍ଟ: ଘରୋଇ ବିମାନଯାତ୍ରୀଙ୍କ ସଂଖ୍ୟା ୧୦% ବଢିଛି

ଅକ୍ଟୋବର-୨୨ ରିପୋର୍ଟ: ଘରୋଇ ବିମାନଯାତ୍ରୀଙ୍କ ସଂଖ୍ୟା ୧୦% ବଢିଛି

ନୂଆଦିଲ୍ଲୀ : ଚଳିତବର୍ଷ ଅକ୍ଟୋବରରେ ଦେଶରେ ଘରୋଇ ବିମାନଯାତ୍ରୀଙ୍କ ସଂଖ୍ୟାରେ ୧୦ ପ୍ରତିଶତ ବୃଦ୍ଧି ଘଟିଛି ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ ଅକ୍ଟୋବରରେ ଘରୋଇ ବିମାନଯାତ୍ରୀଙ୍କ ସଂଖ୍ୟା ୧.୧୪ କୋଟି ରହିଥିଲା । ସେପ୍ଟେମ୍ବର ତୁଳନାରେ ଏହା ୧୦ ପ୍ରତିଶତ ଅଧିକ ରହିଥିବା ପ୍ରକାଶ । ସେପ୍ଟେମ୍ବରରେ ଘରୋଇ ବିମାନଯାତ୍ରୀଙ୍କ ସଂଖ୍ୟା ୧.୦୩ କୋଟି ରହିଥିଲା ।

କୋଭିଡ୍ ଯୋଗୁଁ ପ୍ରାୟ ଦୁଇବର୍ଷ ବିମାନସେବା ବାଧାପ୍ରାପ୍ତ ହୋଇଆସୁଥିଲା । ତେବେ ଚଳିତବର୍ଷ କୋଭିଡ୍‌ର ପ୍ରଭାବ କ୍ରମଶଃ ହ୍ରାସ ପାଉଥିବାରୁ ଅଧିକରୁ ଅଧିକ ଲୋକ ବିମାନଯାତ୍ରାକୁ ପସନ୍ଦ କରୁଥିବା ଜଣାପଡିଛି । ଅପରପକ୍ଷରେ ଘରୋଇ କ୍ଷେତ୍ରରେ ବୃହତ୍ତମ ଏୟାରଲାଇନ୍ସର ମାନ୍ୟତାଲାଭ କରିଥିବା ଇଣ୍ଡିଗୋ’ର ମାର୍କେଟ ସେୟାର (ବିମାନଯାତ୍ରୀ ପ୍ରସଙ୍ଗରେ) ଅକ୍ଟୋବରରେ ୫୬.୭ ପ୍ରତିଶତ ଏବଂ ଭିସ୍ତାରା ଏୟାରଲାଇନ୍ସର ମାର୍କେଟ ସେୟାର ୯.୨ ପ୍ରତିଶତକୁ ହ୍ରାସ ପାଇଛି । ତେବେ ଆକାଶ ଏୟାର, ଏୟାର ଇଣ୍ଡିଆ, ସ୍ପାଇସ୍‌ଜେଟ୍‌, ଗୋ ଫାଷ୍ଟ୍‌, ଏୟାର ଏସିଆ ଓ ଆଲାଏନ୍ସ ଏୟାର ଭଳି ଏୟାରଲାଇନ୍ସର ବିମାନଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking