27.1 C
Bhubaneswar
Sunday, September 29, 2024
Homeଅପରାଧଧର୍ମ ନାଁରେ ଅଶ୍ଳୀଳତା, ୨୫ମହିଳାଙ୍କୁ ଠକି ବନ୍ଧା ହେଲେ ୪ ଅଭିଯୁକ୍ତ

ଧର୍ମ ନାଁରେ ଅଶ୍ଳୀଳତା, ୨୫ମହିଳାଙ୍କୁ ଠକି ବନ୍ଧା ହେଲେ ୪ ଅଭିଯୁକ୍ତ

ହାଇଦ୍ରାବାଦ: ତେଲେଙ୍ଗାନା ମେହବୁବନଗର ଚାଲିଥିଲା ଧର୍ମ ନାଁରେ ଅଶ୍ଳୀଳତା । ପ୍ରାୟ ୨୫ଜଣ ମହିଳାଙ୍କ ଉଲଗ୍ନ ଫଟୋ ଉଠାଉଥିବା ଗ୍ୟାଙ୍ଗକୁ ଗିରଫ କରିଛି ସ୍ଥାନୀୟ ପୋଲିସ । ଏନେଇ ଜଣେ ମହିଳା ଅଭିଯୋଗ କରିବା ପରେ ଘଟଣା ସାମନାକୁ ଆସିଛି । ପୋଲିସ ଏହି ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, କିଛି ମହିଳାମାନଙ୍କୁ ଅଜଣା ଗୁରୁଙ୍କ ନିକଟରେ ସ୍ୱତନ୍ତ୍ର ପୂଜା କରିବାର ସୁଯୋଗ ଦେବା ଲାଗି ପ୍ରତିଶୃତି ଦେଇ ଉଠାଉଥିଲେ ଉଲଗ୍ନ ଫଟୋ । ଏହାଦ୍ୱାରା ବାବାଙ୍କ ନିକଟରେ ପୂଜା କରିବା ଲାଗି ଚୟନ ହେବା ସହିତ କୋଟି କୋଟି ଟଙ୍କା ପୁରସ୍କାର ରାଶି ଜିତିବା ଲାଗି ପ୍ରଲୋଭନ ଦେଖାଉଥିଲେ ।

ଏହି ଠକେଇର ଶିକାର ହୋଇ ମହିଳାମାନେ ଫଟୋ ଉଠାଇବା ଲାଗି ରାଜି ହୋଇଯାଉଥିଲେ । ନ୍ୟୁଡ ଫଟୋ ଗ୍ୟାଙ୍ଗ ମହିଳାମାନଙ୍କୁ ଏପରି କରିବା ଲାଗି ପ୍ରବର୍ତ୍ତାଉଥିଲା । ଏହି ଘଟଣା ସାମନାକୁ ଆସିଥିବା ବେଳେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯଦି ମହିଳାମାନେ ପୂଜା ଲାଗି ଯୋଗ୍ୟ ବିବେଚିତ ହୁଅନ୍ତି, ତେବେ ସେମାନେ କୋଟି କୋଟି ଟଙ୍କା ପୁରସ୍କାର ରାଶି ଜିତିପାରିବେ । ହେଲେ ଏହି ପୂଜା ଲାଗି ମହିଳାମାନଙ୍କ ନ୍ୟୁଡ ଫଟୋ ଆବଶ୍ୟକ ବୋଲି ଏହି ଗ୍ୟାଙ୍ଗ କହିଥିଲା । ପ୍ରାୟ ୨୦ରୁ ୨୫ ଜଣ ମହିଳା ଏହି ଠକେଇର ଶିକାର ହୋଇଥିବା ମେହବୁବ ନଗର ପୋଲିସ କହିଛି । ଗତ ୧୮ ତାରିଖରେ ୧୦୦କୁ ଏହି ଘଟଣା ସମ୍ପର୍କରେ ଜଣେ ମହିଳା ସୂଚନା ଦେଇଥିଲେ । ଏହାପରେ ପୋଲିସ ମହିଳା ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ପୋଲିସ ପ୍ରଥମେ ଜୈନଉଲ୍ଲାଉଦ୍ଦିନଙ୍କୁ ଧରିଥିଲା ପୋଲିସ । ପୋଲିସ ଜୈନଙ୍କୁ ଅଧିକ ପଚରା ଉଚରା କରିବା ପରେ ନ୍ୟୁଡ ଫଟୋ ସମ୍ପର୍କରେ ପୋଲିସକୁ ସୁରାକ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking