ଭୁବନେଶ୍ୱର: ଭାରତର ପଞ୍ଚମ ବୃହତ୍ତମ ସିମେଣ୍ଟ ନିର୍ମାତା କମ୍ପାନୀ ନୁଭୋକୋ ଭିଷ୍ଟାଜ୍ କର୍ପୋରେସନ ଲିମିଟେଡ୍ ପକ୍ଷରୁ ତାମିଲନାଡୁର କୋଏମ୍ବାଟୁର୍ରେ ଏହାର ନୂଆ ରେଡୀ-ମିକ୍ସ କଂକ୍ରିଟ୍ (ଆର୍ଏମ୍ଏକ୍ସ) ପ୍ଲାଣ୍ଟ୍ର ଶୁଭାରମ୍ଭ କରାଯାଇଛି । ଘଣ୍ଟା ପ୍ରତି ୬୦ ଘନ ମିଟର କ୍ଷମତା ସହିତ ନିର୍ମିତ ଏହି ପ୍ଲାଣ୍ଟ୍ ଏହି ଅଂଚଳରେ ନିର୍ମାଣ ପ୍ରକଳ୍ପଗୁଡିକର ଆବଶ୍ୟକତା ପୂରଣ କରିବା ସହିତ ଓ ସ୍ଥାୟିତ୍ୱକୁ ପ୍ରୋତ୍ସାହିତ କରି ଉଚ୍ଚମାନର କଂକ୍ରିଟ୍ର ଏକ ନିର୍ଭରଯୋଗ୍ୟ ଉତ୍ସ ପ୍ରଦାନ କରିବ ।
ଚେନ୍ନାଇ ପରେ ଏହି କୋଏମ୍ବାଟୁର ପ୍ଲାଣ୍ଟ୍ ହେଉଛି ତାମିଲନାଡୁରେ ନୁଭୋକୋର ଦ୍ୱିତୀୟ ଆର୍ଏମ୍ଏକ୍ସ ପ୍ଲାଣ୍ଟ୍ । ଏହି ପ୍ଲାଣ୍ଟ୍ ଅତ୍ୟାଧୁନିକ ଟେକ୍ନୋଲୋଜି ଓ ଉପକରଣ ସହିତ ସୁସଜ୍ଜିତ ରହିଛି ଯାହା ଉତ୍ପାଦିତ କଂକ୍ରିଟ୍ର ଗୁଣବତ୍ତା, ଘନତା ଏବଂ ଦ୍ରୁତ ଡେଲିଭରି ସୁନିଶ୍ଚିତ କରୁଛି, ଯାହାକି ଦକ୍ଷିଣ ଭାରତୀୟ ବଜାରର ଦ୍ରୁତ ଅଭିବୃଦ୍ଧିଶୀଳ ଭିତ୍ତିଭୂମି ପାଇଁ ବର୍ତ୍ତମାନର ଆବଶ୍ୟକତା ଅଟେ । ଏହି ନୂତନ ପ୍ଲାଣ୍ଟ୍ ସମ୍ପର୍କରେ ନୁଭୋକୋର ବିଲ୍ଡିଂ ମେଟେରିଆଲ୍ସ ବିଜିନେସ ମୁଖ୍ୟ ପ୍ରଶାନ୍ତ ଝା କହିଛନ୍ତି, ‘ଆମେ କୋଏମ୍ବାଟୁର୍ରେ ଆମର ନୂଆ ଆର୍ଏମ୍ଏକ୍ସ ପ୍ଲାଣ୍ଟ୍ର ଶୁଭାରମ୍ଭ କରି ଆନନ୍ଦ ଅନୁଭବ କରୁଛୁ ଯାହାକି ଆମ ପାଇଁ ଏକ ବିକଶିତ ବଜାର ଓ ଏକ ରଣନୈତିକ ସ୍ଥାନ ଅଟେ ।
ଆମର ଗ୍ରାହକଙ୍କ ପାଇଁ ଏହି ପ୍ଲାଣ୍ଟ୍ର ଉପସ୍ଥିତି ଆମର ଗ୍ରାହକ-କେନ୍ଦ୍ରିକ ଆଭିମୁଖ୍ୟକୁ ହାଇଲାଇଟ୍ କରୁଛି ଏବଂ ସେମାନଙ୍କୁ ସର୍ବୋତ୍ତମ ଶ୍ରେଣୀର ଉତ୍ପାଦ ଓ ସେବା ପ୍ରଦାନ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ରହିଛୁ’ ।