ଭୁବନେଶ୍ୱର: ଭାରତର ୫ମ ସର୍ବବୃହତ୍ ସିମେଣ୍ଟ ଗ୍ରୁପ୍ ନୁଭୋକୋ ଭିଷ୍ଟାଜ୍ କର୍ପୋରେଶନ ଲିଃ ପକ୍ଷରୁ ଉତ୍ତର ଭାରତ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାସହିତ ଦେଶବ୍ୟାପୀ ଏହାର ନୂଆ ଇଣ୍ଟିଗ୍ରେଟେଡ୍ ମାର୍କେଟିଂ କ୍ୟାମ୍ପେନ୍ର ଶୁଭାରମ୍ଭ କରାଯାଇଛି । ଏହି କ୍ୟାମ୍ପେନ୍ ଡ୍ୟୁରାଗାର୍ଡ ଫ୍ରାଞ୍ଚ।।ଇଜି ସହିତ ଉପଭୋକ୍ତା ସଂଯୋଗକୁ ଆହୁରି ସୁଦ୍ୟଢ କରିବାକୁ ଲକ୍ଷ୍ୟ ରଖିଛି । ଡ୍ୟୁରାଗାର୍ଡ ଫ୍ରାଞ୍ଚାଇଜିରେ ଭାରତର ପ୍ରଥମ ଓ ଏକମାତ୍ର ମାଇକ୍ରୋଫାଇବର ସିମେଣ୍ଟ୍, ଭଏଡ୍ ରିଡକ୍ସନ ଟେକ୍ନୋଲୋଜି ସିମେଣ୍ଟ, ସୁପର୍ସେଟ୍ ଟେକ୍ନୋଲୋଜି ସିମେଣ୍ଟ ଓ ଫାଉଣ୍ଡେଶନ ଟୁ ଫିନିଶ୍ ସିମେଣ୍ଟ ଆବଶ୍ୟକତାଗୁଡିକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛି ।
ଏହି କ୍ୟାମ୍ପେନ୍ ରାଜସ୍ଥାନ, ଗୁଜରାଟ, ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, ପଞ୍ଜାବ ଓ ମଧ୍ୟପ୍ରଦେଶର ପ୍ରମୁଖ ଅଞ୍ଚଳଗୁଡିକରେ ପରିବ୍ୟାପ୍ତ ରହିଛି । ଏହି କ୍ୟାମ୍ପେନ୍ରେ ସର୍ଟ ଫିଲ୍ମଗୁଡିକର ଏକ ସିରିଜ ରହିଛି ଯାହା ଏହି ଫ୍ରାଞ୍ଚ।।ଇଜିର ସ୍ୱତନ୍ତ୍ର ଉପାଦାନଗୁଡିକୁ ପ୍ରଦର୍ଶିତ କରୁଛି । ଏହି କ୍ୟାମ୍ପେନ୍ ସମୟରେ କମ୍ପାନୀ ଗ୍ରାହକଙ୍କୁ ନିଜ ସ୍ୱପ୍ନର ଘର ନିର୍ମାଣ କରିବା ଲାଗି ଉନ୍ନତ ଓ ସୂଚିତ ନିଷ୍ପତି ନେବା ପାଇଁ ପ୍ରେରିତ କରିବାକୁ ଆଶା ରଖିଛି ।
ମାଇକ୍ରୋଫାଇବର ସିମେଣ୍ଟ, ଡ୍ୟୁରାଗାର୍ଡ ଏକ୍ସଟ୍ରା ସିମେଣ୍ଟ ଓ ଡ୍ୟୁରାଗାର୍ଡ ଏଫ୍୨ଏଫ୍ ସିମେଣ୍ଟ୍ର ସ୍ୱତନ୍ତ୍ର ଫିଚରଗୁଡିକୁ ସମ୍ବୋଧିତ କରିବା ପାଇଁ ପ୍ରତ୍ୟେକ ଯୋଗାଯୋଗ ମାଧ୍ୟମକୁ ବ୍ୟବହାର କରାଯାଉଛି । ସୋସିଆଲ ଓ ଡିଜିଟାଲ ଚ୍ୟାନେଲଗୁଡିକ ମାଧ୍ୟମରେ ଉତ୍ତର ଭାରତରେ ପ୍ରମୋଟ୍ କରାଯିବ । ଏସମ୍ପର୍କରେ ନୁଭୋକୋର ଷ୍ଟ୍ରାଟେଜି ଆଣ୍ଡ୍ ମାର୍କେଟିଂ ବିଭାଗର ମୁଖ୍ୟ ଅଧିକାରୀ ମଧୁମିତା ବସୁ କହିଛନ୍ତି, ‘ଆମର ପ୍ରତିବଦ୍ଧତା ସବୁବେଳେ ଉନ୍ନତ ଅନୁସନ୍ଧାନ ଓ ଉଦ୍ଭାବନ ଦ୍ୱାରା ସମର୍ଥିତ ନୂତନ ଓ ସ୍ଥାୟୀ ଉତ୍ପାଦଗୁଡିକର ପୋଟଫୋଲିଓ ନିର୍ମାଣ ଦିଗରେ ରହିଛି ।
ଏହି କ୍ୟାମ୍ପେନ୍ ଆମର ସ୍ଥିତିକୁ ଆହୁରି ସୁଦୃଢ କରିବେ । ତେଣୁ ଆମେ ‘ଇସ୍ମେ ହେ ୱହି, ଜୋ ନମ୍ବର ୱାନ୍ ମେ ଭି ନେହିଁ’ ବାତ ନୁଭୋକୋର ନୂଆ ମାର୍କେଟିଙ୍ଗ୍ କ୍ୟାମ୍ପେନ୍ ଉନ୍ମୋଚନ କରୁଛୁ’ ।