ଉମରକୋଟ: ଅତ୍ୟଧିକ ମେଡିସିନ ଖାଇ ଆତ୍ମହତ୍ୟ କରିବା ପାଇଁ ଉଦ୍ୟମ କରିଛନ୍ତି ଜଣେ ନର୍ସିଂ ଛାତ୍ରୀ । ଧୋଡରାସ୍ତିତ ଏକ ନର୍ସିଂ କଲେଜର ତୃତୀୟ ବର୍ଷର ଛାତ୍ରୀ ଏମିତି ଏକ ଭୟଙ୍କର ପଦକ୍ଷେପ ନେଇଛନ୍ତି । ତେବେ ଅତ୍ୟଧିକ ମେଡିସିନ ଖାଇବାରୁ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଛି । ତେବେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଉମରକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ନବରଙ୍ଗପୁରକୁ ସ୍ଥାନାନ୍ତର କରାଯାଇଥିବା ଜାଣିବାକୁ ମିଳିଛି । ତେବେ କଲେଜର ଏମଡି ତାଙ୍କୁ ନିର୍ଯାତନା ଦେଉଥିବା ବେଳେ ଏହାକୁ ସହି ନ ପାରି ଏଭଳି ଏକ ପଦକ୍ଷେପ ନେଇଛନ୍ତି ଛାତ୍ରୀ । ଏମଡିଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଛାତ୍ରୀଙ୍କୁ ମାନସିକ ତଥା ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।
ସୂଚନା କମିଶନର ଭାବେ ଦାୟିତ୍ୱ ନେଲେ ସୁଶାନ୍ତ ମହାନ୍ତି; ନିଯୁକ୍ତି ଦେଲେ ରାଜ୍ୟ ସରକାର