26.1 C
Bhubaneswar
Saturday, October 19, 2024
Homeଓଡିଶାରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେବ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ କୋଭିଡ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ ଗତକାଲି ରାଜ୍ୟରେ ୧୪୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ସକ୍ରିୟ ରୋଗୀ ସଂଖ୍ୟା ୭୩୧ରେ ପହଞ୍ଚିଛି । ଏମାନଙ୍କ ଭିତରୁ ୧୮ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଓଡ଼ିଶାରେ ଏବେ ଲକ୍ଷଣଯୁକ୍ତ ହେବା ଲୋକଙ୍କ ସଂଖ୍ୟା କମ୍ ରହିଛି । ଲହର କେତେଦିନ ରହିବ, ତାହା ଆକଳନ କରି ହେବନି । ବର୍ତ୍ତମାନ ୧୬ ଜିଲ୍ଲାରୁ କୋଭିଡ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଲହର ଆସିଲେ ସଂଖ୍ୟା ବଢ଼ିବ ।

ଯେଉଁ ରାଜ୍ୟରେ କୋଭିଡ ସଂଖ୍ୟା ବଢୁଥିଲା, ଏବେ ସେଠି କମିଲାଣି । ଦେଶରେ ଟେଷ୍ଟ ପଜିଟିଭିଟି ହାର ୬.୯ ଥିଲା ବେଳେ ଆମ ରାଜ୍ୟରେ ମାତ୍ର ୨.୮ ରହିଛି । ଦେଶରେ ପ୍ରତି ନିୟୁତ ଲୋକଙ୍କ ମଧ୍ୟରୁ ୬୯ ଜଣଙ୍କର କୋଭିଡ ଟେଷ୍ଟ ହେଉଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୧୦୯ । ଏବେ ରାଜ୍ୟରେ କେସ ସଂଖ୍ୟା ବଢୁଛି, ତେବେ ଜଟିଳ ସ୍ଥିତି ଆସିନି । ବିଶେଷକରି ଟେଷ୍ଟିଂ ବୃଦ୍ଦି ପାଇଥିବାରୁ ପଜିଟିଭ ହାର ବଢ଼ିଛି । କୋଭିଡ ନିୟମକୁ ପାଳନ କରିବାକୁ ଡ. ମିଶ୍ର ପରାମର୍ଶ ଦେଇଛନ୍ତି । ସେହିପରି କୋଭିଡ ଟିକା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ରକୁ ଚିଠି ଲେଖିଥିବା ପରିବାର କଲ୍ୟାଣ ନିର୍ଦେଶକ ଡ. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି । ଏଥିଲାଗି ୫୦ହଜାର ଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଛି । ତେବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିଷ୍ପତ୍ତି ନେବେ ସରକାର । ସଂକ୍ରମଣର ଭୟାବହତା କମ ଅଛି ।

ସେତେ ସିରିୟସ ହେଉନାହାନ୍ତି ରୋଗୀ । ମେଡିକାଲରେ ବି କମ ସଂଖ୍ୟକ ସଂକ୍ରମିତ ଭର୍ତ୍ତି ହେଉଛନ୍ତି । ଏଯାଏ ଆଇସିୟୁର ବ୍ୟବହାର ହୋଇନାହିଁ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟର କୋଭିଡ ସ୍ଥିତି ସଂପର୍କରେ ସଚେତନତା ଅଛି । ଏହାର ସମୀକ୍ଷା ହେଉଛି । ଗତ ଜାନୁଆରି ମାସରେ ଯେଉଁ ଟିକା ଆସିଥିଲା, ତାହା ଫେବୃଆରି ୮ ତାରିଖ ସୁଦ୍ଧା ସରିଯାଇଛି । ଓଡ଼ିଶାରେ ୯୮ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇସାରିଛନ୍ତି । ୯୧ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ଓ ୪୧ ପ୍ରତିଶତ ଲୋକ ପ୍ରିକସନ ଡୋଜ ନେଇଛନ୍ତି ।

ଓଡ଼ିଶାରେ କୋଭିଡ ମୁକାବିଲା ଲାଗି ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ସ୍ଥିତିକୁ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ରାଜ୍ୟରେ ୨ଦିନ ଧରି ଚାଲିଥିବା କରୋନା ମକ୍‌ଡ୍ରିଲ ଆଜି ରାଜ୍ୟର ବିଭିନ୍ନ ହସ୍ପିଟାଲରେ କରାଯାଇଛି । ସଂକ୍ରମଣ ରୋକିବା ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ମଧ୍ୟ କରାଯାଉଛି । ଅକ୍ସିଜେନ, ଆଇସିୟୁ, ବେଡ, ମେଡିକାଲ ଷ୍ଟାଫ, ମେଡିସିନ ଆଦି ପ୍ରସ୍ତୁତ ରହିଛି କି ନାହିଁ ତାହାର ଯାଞ୍ଚ ହେଉଛି । ସମ୍ଭାବ୍ୟ ଲହରର ମୁକାବିଲା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଅଧିକାଂଶ ସଂକ୍ରମିତ ହୋମ ଆଇସୋଲେସନରେ ରହିଛନ୍ତି । ଲକ୍ଷଣ ଦେଖିଲେ ତୁରନ୍ତ ଚିକିତ୍ସା କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking