ନୂଆଦିଲ୍ଲୀ : ଦୁନିଆର ସବୁଠୁ ରହସ୍ୟମୟୀ ବାବା ଭେଙ୍ଗା କରିଛନ୍ତି ଭବିଷ୍ୟବାଣୀ। ସେ ୨୦୨୩ କୁ ନେଇ କରିଥିବା ଭବିଷ୍ୟବାଣୀ ଖୁବ୍ ଆଶ୍ଚର୍ୟ୍ୟକର ମନେହେଉଛି। ଭବିଷ୍ୟତରେ ଦୁନିଆ କେଉଁ କେଉଁ ବିପଦର ସାମ୍ନା କରିବାକୁ ଯାଉଛି , ଏହାକୁ ନେଇ ସେ ବର୍ଷ ବର୍ଷ ପୂର୍ବରୁ ହିଁ ଚେତାବନୀ ଦେଇ ସାରିଛନ୍ତି। ବୁଲଗେରିଆର ଏହି ରହସ୍ୟମୟୀ ବାବା ଭେଙ୍ଗାଙ୍କର ମୃତ୍ୟୁ ଯଦିଓ ୨୯ ବର୍ଷ ପୂର୍ବେ ହୋଇ ଯାଇ ଥିଲା , ହେଲେ ସେ ୯/୧୧ ଆତଙ୍କୀ ହମଲା , ରାଜକୁମାରୀ ଡାଏନାଙ୍କର ମୃତ୍ୟୁ ଓ ବାରାକ ଓବାମା ରାଷ୍ଟ୍ରପତି ହେବା ଯାଏ ଭବିଷ୍ୟବାଣୀ କରିଥିଲେ। ଏହିଥର ସେ ୨୦୧୩ ମସିହାକୁ ନେଇ କରିଥିବା ଭବିଷ୍ୟବାଣୀ ଖୁବ୍ ଭୟଙ୍କର ଲାଗୁଛି । ଯେଉଁଥିରେ ନ୍ୟୁକ୍ଲିୟର ଆଟାକ୍ , ଲ୍ୟାବ୍ରେ ଶିଶୁ ଜନ୍ମ ହେବା ଓ ସୌର ମଣ୍ଡଳରେ ସୁନାମୀ ସାମିଲ ଅଛି ।
୧୨ ବର୍ଷ ବୟସରେ ଦୃଷ୍ଟିଶକ୍ତି ହରାଇବା ସତ୍ତ୍ୱେ ବାବା ଭେଙ୍ଗା ଆଜୀବନ ଦାବି କରନ୍ତି କି , ତାଙ୍କୁ ଭବିଷ୍ୟତରେ ହେବାକୁ ଥିବା ଘଟଣାକ୍ରମ ସ୍ପଷ୍ଟ ଦେଖା ଯାଉଛି। ବୁଲଗେରିଆରେ ଜନ୍ମିତ ବାବା ଭେଙ୍ଗାଙ୍କର ଭବିଷ୍ୟବାଣୀ ଗୁଡ଼ିକ ୮୫ ପ୍ରତିଶତ ସଠିକ୍ ସାବ୍ୟସ୍ତ ହୋଇଛି। ସେ ୫୦୭୯ ମସିହା ଯାଏ ଭବିଷ୍ୟବାଣୀ କରିଛନ୍ତି। ଚଳିତବର୍ଷ ସେ ଦାବି କରିଥିଲେ କି ଦୁନିଆ ଶେଷ ହୋଇଯିବ । ସୂଚନା ଯେ, ୧୯୯୬ ମସିହାରେ ବାବା ଭେଙ୍ଗାଙ୍କର ମୃତ୍ୟୁ ହୋଇଯାଇଛି ।
ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ କି କେଉଁ ଭଳି ଭାବେ ୨୦୨୩ ମସିହାରେ ପୃଥିବୀର କକ୍ଷ ପଥ ବଦଳିଯିବ। ପୃଥିବୀ ବ୍ରହ୍ମାଣ୍ଡରେ ଏକ ଭଲ ସନ୍ତୁଳନରେ ଅଛି । ଏଥିରେ ମଧ୍ୟ ଦିନେ ଜଳବାୟୁରେ ବହୁତ ପରିବର୍ତ୍ତନ ହୋଇପାରେ । ଯଦି ବାବା ଭେଙ୍ଗାଙ୍କର ଭବିଷ୍ୟବାଣୀ ସତ ହୋଇଥାଏ , ତ ବିନାଶକାରୀ ଘଟଣାମାନ ହୋଇପାରେ। ଯଦି ପୃଥିବୀ ସୂର୍ୟ୍ୟଙ୍କର ନିକଟତର ହୁଏ, ତ ବିକିରଣ ବୃଦ୍ଧି ହେବ ଓ ତାପମାତ୍ରାରେ ବହୁତ ବଢ଼ିଯିବ। ଅନ୍ୟପଟେ , ଯଦି ଗ୍ରହ ସୂର୍ୟ୍ୟଠାରୁ ଆହୁରି ଦୂରକୁ ଚାଲିଯାଏ , ତ ଆମେ ହିମ୍ ଯୁଗକୁ ପୁଣି ଫେରିଯିବା ।
ବାବା ଭେଙ୍ଗା ଏହା ବି ଭବିଷ୍ୟବାଣୀ କରିଥିଲେ କି, ୨୦୨୩ରେ ବଡ଼ ସ୍ତରରେ ସୌର ଝଡ଼ ଦେଖାଯିବ, ଯାହା ପ୍ରଥମେ କେବେ ଦେଖିବାକୁ ମିଳିନଥିଲା । ସୌର ଝଡ଼ ସୂର୍ୟ୍ୟଙ୍କ ଠାରୁ ବାହାରୁ ଥିବା ଶକ୍ତିର ବିସ୍ଫୋରଣ ଯାହା ବିଦ୍ୟୁତ୍ ଚାର୍ଜ , ଚୁମ୍ୱକୀୟ କ୍ଷେତ୍ର ଓ ବିକିରଣକୁ ପୃଥିବୀ ଆଡ଼କୁ ପଠାଇ ଥାଏ। ଏହାର ବିନାଶକାରୀ ପ୍ରଭାବ ବିଲିୟନ ବିଲିୟନ ପରମାଣୁ ବୋମା ଭଳି ଶକ୍ତିଶାଳୀ ହୋଇଥାଏ । ଏହି ଘଟଣାରେ ଅନେକ ଦିନ ଯାଏ ପୃଥିବୀରେ ବ୍ଲାକ୍ଆଉଟ୍ ହୋଇଯିବ। ଏହି ଦିନ ଗୁଡ଼ିକରେ ସୂର୍ୟ୍ୟ , ଚନ୍ଦ୍ର କିଛି ଦେଖାଯିବ ନାହିଁ।
କୁହାଯାଏ , ବାବା ଭେଙ୍ଗା ଭବିଷ୍ୟବାଣୀ କରିଥିଲେ କି ଏକ ବଡ଼ ଦେଶ ଲୋକଙ୍କ ଉପରେ ଜୈବିକ ଅସ୍ତ୍ର ଅନୁସନ୍ଧାନ କରିବ । ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇପାରେ । ଆମେରିକା ଏହି ଜୈବିକ ଅସ୍ତ୍ରର ପ୍ରୟୋଗ ନେଇ ପ୍ରତିବନ୍ଧକ ଲଗେଇଛି । ବାବା ଭେଙ୍ଗା ୨୦୨୩ରେ ଏକ ପରମାଣୁ ବିସ୍ଫୋରଣର ଭବିଷ୍ୟତ କରିଥିଲେ । ୟୁକ୍ରେନ ଓ ରୁଷ୍ ମଧ୍ୟରେ ଯୁଦ୍ଧ ବିପଜ୍ଜନକ ମୋଡ୍ରେ ଆସି ସାରିଛି । ଏହା ବାବା ଭେଙ୍ଗାଙ୍କର ଭବିଷ୍ୟବାଣୀକୁ ଶକ୍ତି ଯୋଗାଇଛି ।