33.1 C
Bhubaneswar
Tuesday, April 22, 2025
Homeଓଡିଶାନୂଆପଡ଼ା ନାବାଳିକାଙ୍କ ହାଇଦ୍ରାବାଦରେ ମୃତ୍ୟୁ

ନୂଆପଡ଼ା ନାବାଳିକାଙ୍କ ହାଇଦ୍ରାବାଦରେ ମୃତ୍ୟୁ

ନୂଆପଡା: ଥମୁନି ଦାଦନ ଯନ୍ତ୍ରଣା । ପୁଣି ଦାଦନ ଶ୍ରମିକର କରୁଣ କାହାଣୀ ସାମ୍ନାକୁ ଆସିଛି । ଯିଏକି ଜଣେ ନାବାଳିକା । ସର୍ଦ୍ଦାରର ନିର୍ଯାତନାରେ ଅସୁସ୍ଥ ହୋଇ ଇଟାଭାଟିରେ ମୃତ୍ୟୁବରଣ କରିଛନ୍ତି ଶ୍ରମିକ ଭାବେ କାମ କରୁଥିବା ନାବାଳିକା । ସେ ହେଉଛନ୍ତି ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଏକ ଗାଁର ୧୭ ବର୍ଷୀୟା ନାବାଳିକା । ଗତକାଲି (ଶନିବାର) ତାଙ୍କ ମୃତଦେହ ଗାଁରେ ପହଞ୍ଚିଛି ।

ସେପଟେ ଶେଷକୃତ୍ୟ ପାଇଁ ପାଖରେ ସମ୍ବଳ ନଥିବାବେଳେ ନ୍ୟାୟ ଆଶାରେ ପରିବାର । ପରିବାର ଲୋକଙ୍କ ଅଭିଯୋଗ ମୁତାବକ, “୨୦୨୪ ଅକ୍ଟୋବରରେ ନାବାଳିକା ଜଣକ ହାଇଦ୍ରାବାଦ ଯାଇଥିଲେ । ସେଠାରେ ଏକ ଫ୍ୟାକ୍ଟ୍ରିରେ ଇଟାଗଢ଼ା କାମରେ ନିୟୋଜିତ ଥିଲେ । ଭୋକ ଉପାସରେ ଦିବା ରାତ୍ର କାମ କରାଇବା ସହିତ ସର୍ଦ୍ଦାର ନିର୍ଯାତନା ଦେଉଥିବାରୁ ଅସୁସ୍ଥ ହୋଇ ପଡ଼ିଥିଲେ ସମ୍ପୃକ୍ତ ନାବାଳିକା । ଚିକିତ୍ସା ଅଭାବରୁ ତାଙ୍କର ଜୀବନ ଯାଇଛି ।” ସମାଜସେବୀ ରାଜେନ୍ଦ୍ର ପ୍ରସାଦ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଶନିବାର ଗାଁକୁ ଫେରିଛି ମୃତଦେହ । ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking