ହାଇଦ୍ରାଦାବ: ଟିଡିପି ପ୍ରତିଷ୍ଠାତା ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦାମୁରି ତାରକା ରାମା ରାଓ (ଏନଟିଆର)ଙ୍କ ଝିଅ ଉମା ମାହେଶ୍ୱରୀଙ୍କ ଝୁଲନ୍ତା ମୃତଦେହ ସୋମବାର ତାଙ୍କ ବାସ ଭବନରୁ ଉଦ୍ଧାର ହୋଇଛି। ଖବର ପାଇ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ସରକାରୀ ହସ୍ପିଟାଲକୁ ପଠାଇଛି। କୁହାଯାଉଛି ଯେ ଉମା କିଛି ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ। ଏଥିପାଇଁ ସେ ଚିକିତ୍ସିତ ବି ହେଉଥିଲେ। କିନ୍ତୁ ହଠାତ୍ ତାଙ୍କ ଝୁଲନ୍ତା ମୃତ ଦେହ ଘରୁ ମିଳିବା ପରେ ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି। ଅନ୍ୟପଟେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୋଲିସ ତଦନ୍ତ କରିବ ବୋଲି ଜଣାଯାଇଛି।