ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବିରୋଧରେ ଲାଗିଲା ଏନଏସଏ । ବିଭିନ୍ନ ଅପରାଧିକ ମାମଲା ଥିବାରୁ ତା ନାଁରେ ଏନଏସଏ ଲାଗିଛି । କମିଶନରେଟ ପୋଲିସ ଏହି ଏନଏସଏ (ଜାତୀୟ ନିରାପତ୍ତା ଆଇନ) ଲଗାଇଥିବା ସୂଚନା ମିଳିଛି । ଏବେ ଝାରପଡା ଜେଲରେ ସଜା କାଟୁଛି ରାଜା । ଆଜି ଗୋଟିଏ ମାମଲାରେ ରାଜାକୁ ଜାମିନ ମିଳିଥିବା ସୂଚନା ମିଳିଛି । ଦାଦାବଟି ଆଦାୟ ଓ ସାଧାରଣରେ ଆତଙ୍କ ସୃଷ୍ଟି ପାଇଁ ଏନଏସଏ ଲାଗିଛି । ଏହାକୁ ଲାଗୁ କରିବା ପାଇଁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ , ପୂର୍ବରୁ ଦାଦାବଟି ଆଦାୟ ଅଭିଯୋଗରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ ହୋଇଥିଲା । ରାଜା ଭୁବନେଶ୍ୱରରେ ଜଣେ ଲୋକଙ୍କୁ ପ୍ରତି ମାସରେ ୨୦ ହଜାର ଟଙ୍କା ଦାଦାବଟି ଦାବି କରୁଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ତାଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା ।