26.1 C
Bhubaneswar
Monday, April 6, 2026
Homeଓଡିଶାଏବେ ଖାଇପାରିବେ ଅଣ୍ଡା ଓ ଚିକେନ୍‌

ଏବେ ଖାଇପାରିବେ ଅଣ୍ଡା ଓ ଚିକେନ୍‌

ଭୁବନେଶ୍ୱର : ଯେଉଁଠି ବାର୍ଡ ଫ୍ଲୁ’ ଚୁହ୍ନଟ ହୋଇଥିଲା, ସେହି କୁକୁଡ଼ାଙ୍କୁ ମାରି ପୋତି ଦିଆଯାଇଛି। ରାଜ୍ୟର ଅନ୍ୟ ଅଞ୍ଚଳକୁ ଏହି ରୋଗ ବ୍ୟାପି ପାରିନି। ତେଣୁ ଆମିଷ ଭକ୍ଷଣ କରୁଥିବା ଖାଉଟି ଏବେ ର୍ନିନ୍ଦ୍ୱନ୍ଦରେ ଓଡ଼ିଶାରେ ଉତ୍ପାଦିତ ହେଉଥିବା ଅଣ୍ଡା ଓ ଚିକେନ୍‌ ଖାଇପାରିବେ। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳମଣି ମିଶ୍ର ବାର୍ଡ ଫ୍ଲୁକୁ ନେଇ ଜନସଚେତନତା କରିବା ଉଦ୍ଦେଶ୍ୟରେ ଏହା କହିଛନ୍ତି। ଶ୍ରୀ ମିଶ୍ରଙ୍କ କହିବାନୁସାରେ, ରାଜ୍ୟରେ ଉତ୍ପାଦିତ ବ୍ରଏଲର ଚିକେନ୍‌, ଅଣ୍ଡାରେ କୌଣସି ପ୍ରକାର ସଂକ୍ରମଣ ନାହିଁ। କିଛି ସପ୍ତାହ ତଳେ ପୁରୀ ଜିଲ୍ଲାରେ ବାଡର଼୍ ଫ୍ଲୁ’ ସଂକ୍ରମଣ ଚିହ୍ନଟ ହୋଇଥିଲା। ପ୍ରଭାବିତ ଅଞ୍ଚଳରେ ପ୍ରାଣୀ ସମ୍ପଦ ବିଭାଗ ସହାୟତାରେ କୁକୁଡ଼ାଙ୍କୁ ମାରି ପୋତି ଦିଆଯାଇଥିଲା। ପ୍ରତିବର୍ଷ ଏହି ସିଜିନରେ ବାର୍ଡ ଫ୍ଲୁ’ ହୋଇଥାଏ। ତେଣୁ ଏଥିରେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଅଧିକ ଉତ୍ତାପରେ ଚିକେନ୍‌କୁ ଭଲଭାବେ ରୋଷେଇ କରି ଖାଇଲେ କୌଣସି ସମସ୍ୟା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking