ନୂଆଦିଲ୍ଲୀ: ପୂର୍ବରୁ ୟୁଟ୍ୟୁବ ଏବଂ ଫେସ୍ବୁକ୍ରୁ କ୍ରିଏଟର୍ମାନେ ଅର୍ଥ ରୋଜଗାର କରୁଛନ୍ତି । ଏପରିକି ଟିକ୍ଟକ୍ ସହ ଅନ୍ୟ କେତକ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏବେ କ୍ରିଏଟର ମାନଙ୍କୁ ଆୟର ପନ୍ଥା ଦେଇଛନ୍ତି । ଏଲନ ମସ୍କ ଟ୍ୱିଟରକୁ ଅଧିଗ୍ରହଣ କରିବା ପରେ ଏଥିରେ ଅନେକ ପରିବର୍ତ୍ତନ ଆଣିଛନ୍ତି । ଏବେ ଟ୍ୱିଟରରୁ କ୍ରିଏଟରମାନେ ଅର୍ଥ ରୋଜଗାର କରନ୍ତୁ ବୋଲି ସେ କହିଛନ୍ତି ।
ଏଥିପାଇଁ ଟ୍ୱିଟରର ବ୍ୟବସାୟ ପ୍ରକ୍ରିୟା ବା ବିଜନେସ୍ ମଡେଲ୍କୁ ସେ ପରିବର୍ତ୍ତନ କରିବା ପାଇଁ ଯାଉଛନ୍ତି । ଟ୍ୱିଟରରେ ଏବେ ବିଜ୍ଞାପନର ମାତ୍ରା ବଢିଛି। ଅଧିକ ଫଲୋର୍ସ ଥିବା ବ୍ୟକ୍ତିମାନଙ୍କର ପେଜ୍ରେ ବିଜ୍ଞାପନ ପ୍ରଦର୍ଶନ କରାଯାଉଛି । କ୍ରିଏଟରମାନଙ୍କର ସବକ୍ରିପସନ୍ ଏବଂ ବିଜ୍ଞାପନ ଅର୍ଥ ଅଂଶ ପ୍ରଦାନ କରାଯିବ ବୋଲି ଏଲନ୍ ମସ୍କ କହିଛନ୍ତି । ଏଥିପାଇଁ କ୍ରିଏଟରଙ୍କ ବ୍ଲୁଟିକ୍ ଏବଂ ସଂସ୍ଥାମାନେ ଭେରିଫାଏଡ୍ ହେବା ଆବଶ୍ୟକ । ତିନିମାସ ମଧ୍ୟରେ ୫୦ ଲକ୍ଷ ଇମ୍ପ୍ରେସନ୍ ହୋଇଥିବା ଦରକାର । ଏହା ମାନବୀୟ ତର୍ଜମା ପରେ ମନିଟାଇଜେସନ୍ ପାଇଁ ଯୋଗ୍ୟ ବିବେଚିତ ହେବ ବୋଲି ସୂଚନା ମିଳିଛି ।