21.1 C
Bhubaneswar
Sunday, January 18, 2026
Homeଓଡିଶା୧୬ ଟଙ୍କା ବ୍ୟାଗ ପାଇଁ ଏବେ ସପିଂ ମଲ ଦେବ ୩୩ ହଜାର ଟଙ୍କା ଜୋରିମାନା

୧୬ ଟଙ୍କା ବ୍ୟାଗ ପାଇଁ ଏବେ ସପିଂ ମଲ ଦେବ ୩୩ ହଜାର ଟଙ୍କା ଜୋରିମାନା

ବଲାଙ୍ଗୀର : ବାଲାଙ୍ଗୀରରେ ଜଣେ ଗ୍ରାହକଙ୍କ ଠାରୁ ବ୍ୟାଗ ପାଇଁ ୧୬ ଟଙ୍କା ଆଦାୟ ଅଭିଯୋଗରେ ଏକ ସପିଂ ମଲ ଉପରେ ୩୩ ହଜାର ଟଙ୍କା ଜୋରିମାନା କରାଯାଇଛି। ସୂଚନାନୁସାରେ, ମଲ୍‌ରେ କିଛି ଜିନିଷ କିଣିବା ପରେ ଗ୍ରାହକଙ୍କୁ ବ୍ୟାଗ ପାଇଁ ୧୬ ଟଙ୍କା ଚାର୍ଜ କରିଥିଲା ଏହି ସପିଂ ମଲ୍। ଏହି ଘଟଣାରେ ଜିଲ୍ଲା ଖାଉଟି ଅଦାଲତ ବିଶାଲ ମେଗା ମାର୍ଟ ଉପରେ ୩୩ ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି। ସୂର୍ଯ୍ୟକାନ୍ତ ବାଗ ନାମକ ଜଣେ ଗ୍ରାହକ ଗତ ସେପ୍ଟେମ୍ବର ମାସରେ ବିଶାଲ ମେଗା ମାର୍ଟକୁ ଡ୍ରେସ କିଣିବାକୁ ଯାଇଥିଲେ। ଡ୍ରେସ କିଣିବା ପରେ କ୍ୟାରି ବ୍ୟାଗ ମାଗଣାରେ ନ ଦେଇ ସେଥିପାଇଁ ଅତିରିକ୍ତ ୧୬ ଟଙ୍କା ନେଇଥିଲା ବିଶାଲ ମେଗା ମାର୍ଟ । ଏନେଇ ସୂର୍ଯ୍ୟକାନ୍ତ ବାଗ ଜିଲ୍ଲା ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ଅଦାଲତ ବିଶାଲ ମେଗା ମାର୍ଟକୁ ଦୋଷୀ ସାବ୍ୟସ୍ତ କରି ୩୩ ହଜାର ଟଙ୍କା ଫାଇନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏନେଇ ବିଶାଲ ମେଗା ମାର୍ଟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking