27.1 C
Bhubaneswar
Sunday, September 8, 2024
Homeଓଡିଶାଏବେ ଆଳୁ ଟେନସନ

ଏବେ ଆଳୁ ଟେନସନ

ଭୁବନେଶ୍ୱର : ଏବେ ଆଳୁ ଟେନସନ । ବଜାରରୁ ଗାଏବ ହୋଇଗଲାଣି ଆଳୁ । ଆଳୁ ବିକ୍ରି କରୁଥିବା ଅଧିକାଂଶ ଦୋକାନୀ ସେମାନଙ୍କ ଦୋକାନ ବନ୍ଦ କରିଦେଇଥିବାବେଳେ ବଜାରରେ ଆଉ ଆଳୁ ମିଳୁନାହିଁ । ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହୋଇଯାଇଥିବାରୁ ବଜାରରେ ଆଳୁ ୫୦ ଟଙ୍କା ଉପରେ ବିକ୍ରି ହେଉଛି। ତେବେ ଏନେଇ ଯୋଗାଣ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ । ସୂଚନା ଅନୁସାରେ ଯେଉଁ କିଛି ସ୍ଥାନରେ ବ୍ୟବସାୟୀ ଆଳୁ ରଖିଛନ୍ତି । ସେମାନେ ଚଢ଼ା ଦରରେ କିଣି ୩୨ଟଙ୍କାରେ କେମିତି ବିକ୍ରି କରିବେ ବୋଲି ଭାବି ଦୋକାନ ବନ୍ଦ କରି ଦେଇଛନ୍ତି । ଫଳରେ ଆଳୁ ବଜାରରୁ ଉଭାନ୍ ହୋଇ ଗଲାଣି । ତେବେ ଗତକାଲି ଯୋଗାଣ ମନ୍ତ୍ରୀ ଆଳୁ ଷ୍ଟକ୍ ଯାଞ୍ଚ କରି କିଲୋପିଛା ୩୨ ଟଙ୍କାରେ ଆଳୁ ବିକ୍ରି କରିବାକୁ ବ୍ୟବସାୟୀଙ୍କୁ ତାଗିଦ୍ କରିବା ପରେ, ହଠାତ୍ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଆବଶ୍ୟକ ମାତ୍ରାରେ ଆଳୁ ନ ଆସିବା ଯୋଗୁଁ ଓଡିଶା ବଜାରରେ ଏହାର ପ୍ରଭାବ ବହୁଳ ଭାବରେ ଦେଖିବାକୁ ମିଳିଛି । ସାରା ରାଜ୍ୟରେ ଆଳୁର ଦର କିଲୋ ପିଛା ୪୦ରୁ ୫୦ ଟଙ୍କାକୁ ବଢି ଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking