ସାନ୍ ସାଲ୍ଭାଡର : ସେଣ୍ଟ୍ରାଲ ଆମେରିକୀୟ ରାଷ୍ଟ୍ର ଏଲ ସାଲ୍ଭାଡରରେ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ବିଭିନ୍ନ ଅପରାଧରେ ଦୋଷୀସାବ୍ୟସ୍ତ କରାଯାଇ ମୋଟ ୧୩୧୦ ବର୍ଷ ଜେଲଦଣ୍ଡ ପ୍ରଦାନ କରାଯାଇଛି । ୱିଲମର ସେଗୋଭିଆ ନାମକ ଏହି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ୩୩ଟି ହତ୍ୟାକାଣ୍ଡ, ୯ଟି ହତ୍ୟା ଉଦ୍ୟମ, ୧୪ଟି ଅପହରଣ ଓ ୧୨ଟି ଡ୍ରଗ୍ସ କାରବାର ଅପରାଧରେ ସଂପୃକ୍ତ ଥିବା କୁହାଯାଇଛି ।
ୱିଲମର ନେତୃତ୍ୱରେ ପରିଚାଳିତ ‘ଏମ୍ଏସ୍-୧୩’ ଗ୍ୟାଙ୍ଗ୍ ଏଲ ସାଲଭାଡର ପୁଲିସ ପାଇଁ ସବୁବେଳେ ମୁଣ୍ଡବ୍ୟଥାର କାରଣ ପାଲଟିଥାଏ । ୱିଲମର ବ୍ୟତୀତ ୨୨ଟି ଅପରାଧରେ ଦୋଷୀସାବ୍ୟସ୍ତ ହୋଇଥିବା ମିଗ୍ୱେଲ ଆଞ୍ଜେଲ ପୋର୍ଟିଲୋ ନାମକ ଗ୍ୟାଙ୍ଗଷ୍ଟରକୁ ମୋଟ ୯୪୫ ବର୍ଷ ଜେଲଦଣ୍ଡ ପ୍ରଦାନ କରାଯାଇଥିବା ଜଣାପଡିଛି ।