29.1 C
Bhubaneswar
Friday, October 18, 2024
Homeବିଜିନେସ୍ରିଜର୍ଭ ବ୍ୟାଙ୍କ ଡେପୁଟୀ ଗଭର୍ଣ୍ଣର ପଦ ପାଇଁ ବିଜ୍ଞପ୍ତି

ରିଜର୍ଭ ବ୍ୟାଙ୍କ ଡେପୁଟୀ ଗଭର୍ଣ୍ଣର ପଦ ପାଇଁ ବିଜ୍ଞପ୍ତି

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଡେପୁଟୀ ଗଭର୍ଣ୍ଣର ପଦ ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ରିଜର୍ଭ ବ୍ୟାଙ୍କର ଅନ୍ୟତମ ଡେପୁଟୀ ଗଭର୍ଣ୍ଣର ଏମ.କେ.ଜୈନ୍‌ଙ୍କ କାର୍ଯ୍ୟକାଳଳ ଆସନ୍ତା ଜୁନ୍ ସୁଦ୍ଧା ପୁରିଯାଉଛି । ଏହି ପରିପ୍ରେକ୍ଷୀରେ ତାଙ୍କ ସ୍ଥାନରେ ନୁତନ ବ୍ୟକ୍ତିଙ୍କୁ ନିଯୁକ୍ତ କରାଯିବାର ଆବଶ୍ୟକତା ଉପୁଜିଛି । ବ୍ୟାଙ୍କିଙ୍ଗ୍ ଏବଂ ଫାଇନାନ୍ସିଆଲ ମାର୍କେଟ କାରବାରରେ ଆଶାୟୀ ପ୍ରାର୍ଥୀଙ୍କର ଅତିକମରେ ୧୫ ବର୍ଷର ଅଭିଜ୍ଞତା ରହିଥିବ । ଆଶାୟୀ ପ୍ରାର୍ଥୀଙ୍କ ବୟସ ୨୦୨୩ ଜୁନ୍ ୨୨ ସୁଦ୍ଧା ୬୦ ବର୍ଷରୁ ଅଧିକ ହୋଇନଥିବ । ଆବେଦନର ଶେଷ ତାରିଖ ଏପ୍ରିଲ ୧୦କୁ ଧାର୍ଯ୍ୟ କରାଯାଇଛି । ଏହି ପଦରେ ୩ ବର୍ଷ ପାଇଁ ନିଯୁକ୍ତି ବ୍ୟବସ୍ଥା ରହିଛି । ଆବଶ୍ୟକ ପଡିଲେ କାର୍ଯ୍ୟକାଳ ବୃଦ୍ଧି କରାଯାଇପାରେ । ଡେପୁଟୀ ଗଭର୍ଣ୍ଣର ମାସକୁ ୨.୨୫ ଲକ୍ଷ ଟଙ୍କା ବେତନ ପାଇଥାନ୍ତି । ଏଥର ଏହି ପଦ ପାଇଁ ଘରୋଇ ଉଦ୍ୟୋଗରେ କାର୍ଯ୍ୟରତ ପ୍ରାର୍ଥୀ ଆବେଦନ କରିପାରିବେ ବୋଲି କୁହାଯାଇଛି । ଯୋଗ୍ୟ ବ୍ୟକ୍ତିଙ୍କ କ୍ଷେତ୍ରରେ ବୟସ ସୀମା, ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ପ୍ରସଙ୍ଗକୁ କୋହଳ କରାଯାଇପାରେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି । ସାଧାରଣତଃ ରିଜର୍ଭ ବ୍ୟାଙ୍କରେ ୪ ଜଣ ଡେପୁଟୀ ଗଭର୍ଣ୍ଣରଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି । ଏମାନଙ୍କ ମଧ୍ୟରୁ ଦୁଇଜଣ ରିଜର୍ଭ ବ୍ୟାଙ୍କ ଅଧିକାରୀ ହୋଇଥିବାବେଳେ ଅନ୍ୟ ଦୁଇଟି ପଦରେ ଜଣେ ଅର୍ଥନୀତିଜ୍ଞ ଏବଂ କମର୍ସିଆଲ ବ୍ୟାଙ୍କର ହୋଇଥିବା ଜରୁରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking