32.1 C
Bhubaneswar
Monday, October 21, 2024
Homeଓଡିଶାଭିଏଲଟିଡି ଓ ପାନିକ ବଟନ୍ ବାଧ୍ୟତାମୂଳକ ନେଇ ଏସଟିଏ ପକ୍ଷରୁ ନୋଟିସ ଜାରି

ଭିଏଲଟିଡି ଓ ପାନିକ ବଟନ୍ ବାଧ୍ୟତାମୂଳକ ନେଇ ଏସଟିଏ ପକ୍ଷରୁ ନୋଟିସ ଜାରି

ବ୍ୟୁରୋ : ଅକ୍ଟୋବର ୧ ରୁ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ। ଭିଏଲଟିଡି ଓ ପାନିକ ବଟନ୍ ବାଧ୍ୟତାମୂଳକ ନେଇ ଏସଟିଏ ପକ୍ଷରୁ ନୋଟିସ ଜାରି। ଅକ୍ଟୋବର ପହିଲାରୁ ପଂଜୀକରଣ ହେବାକୁ ଥିବା ଏ ସବୁ ବର୍ଗର ନୂଆ ଗାଡ଼ିରେ ପଂଜୀକରଣ ସମୟରେ ହିଁ ଲାଗିବ ଭିଏଲଟିଡି ଓ ପାନିକ ବଟନ୍ । ଦୁଇ ଚକିଆ, ରିକ୍ସା ଓ ତିନି ଚକିଆକୁ ଛାଡ଼ି ସମସ୍ତ ଯାତ୍ରୀ ପରିବହନକାରୀ ଯାନ, ନେସନାଲ ପରମିଟ ଥିବା ମାଲବାହୀ ଗାଡ଼ି, ଆମ୍ବୁଲାନ୍ସ ଓ ବିସ୍ଫୋରକ ସାମଗ୍ରୀ ପରିବହନ କରୁଥିବା ଗାଡ଼ି ପାଇଁ ଲାଗୁ ହେବ ଏହି ନିୟମ । ୨୦୨୪ ଜାନୁଆରୀ ପହିଲାରୁ ଏସବୁ ବର୍ଗର ସମସ୍ତ ପୁରୁଣା ଗାଡ଼ି ପାଇଁ ବାଧ୍ୟତାମୂଳକ ହେବ ଭିଏଲଟିଡି ଓ ପାନିକ ବଟନ୍ ।ଡିସେମ୍ବର ୩୧ ସୁଦ୍ଧା ରାଜ୍ୟରେ ଥିବା ଏସବୁ ବର୍ଗର ପୁରୁଣା ଗାଡ଼ି ରେ ଭିଏଲଟିଡି ଓ ପାନିକ ବଟନ୍ ନଲାଗିଲେ ମାଲିକମାନେ ଫିଟନେସ ସାର୍ଟିଫିକେଟ ଓ ପରମିଟ ପାଇବେ ନାହିଁ ବୋଲି ଚେତାବନୀ ଦେଇଛି ଏସଟିଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking