20.1 C
Bhubaneswar
Monday, November 25, 2024
Homeଦେଶ ବିଦେଶନୋଟ୍‌ବନ୍ଦୀ: ବ୍ୟକ୍ତିଗତ ମାମଲା ଶୁଣିବେନି ସୁପ୍ରିମକୋର୍ଟ

ନୋଟ୍‌ବନ୍ଦୀ: ବ୍ୟକ୍ତିଗତ ମାମଲା ଶୁଣିବେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୧୬ରେ ନୋଟ୍‌ବନ୍ଦୀ ବେଳେ ଅଚଳ କରାଯାଇଥିବା ୫୦୦ ଏବଂ ୧୦୦୦ ଟଙ୍କା ନୋଟ୍ ସ୍ୱୀକାର ପାଇଁ ହୋଇଥିବା ଭିନ୍ନ ଭିନ୍ନ ମାମଲର ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟ ମନା କରିଦେଇଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ଯିବା ପାଇଁ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି । ଏହା ସହିତ ୧୨ ସପ୍ତାହ ମଧ୍ୟରେ ଏହି ନୋଟ୍‌ର ଦେଣ ନେଣ ଉପରେ ଦାୟିତ୍ୱ ସ୍ଥିର କରିବା ନିମନ୍ତେ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ଜଷ୍ଟିସ୍ ବିଆର୍ ଗଭଇ ଏବଂ ଜଷ୍ଟିସ୍ ବିକ୍ରମ ନାଥଙ୍କ ଖଣ୍ଡପୀଠ କହିଛନ୍ତି, ଆବେଦନକାରୀଙ୍କ ଅଭିଯୋଗ ଏବଂ ଅସୁବିଧା ଠିକ୍ ହୋଇଥାଇପାରେ, କିନ୍ତୁ ଆଇନ ଦୃଷ୍ଟିରୁ କୋର୍ଟ ସେମାନଙ୍କୁ କୌଣସି ଆଶ୍ୱସ୍ତି ଦେଇପାରିବ ନାହିଁ ।

ଖଣ୍ଡପୀଠ କହିଛନ୍ତି, ସାମ୍ବିଧାନିକ ଖଣ୍ଡପୀଠ ନିଷ୍ପତ୍ତି ପରେ ସମ୍ବିଧାନର ଅନୁଚ୍ଛେଦ ୧୪୨ ଅନୁସାରେ ବ୍ୟକ୍ତିଗତ ମାମଲାରେ ଅଧିକାରର ବ୍ୟବହାର ପାଇଁ ଆମକୁ ଅନୁମତି ଦିଆଯାଇ ନାହିଁ । ସୂଚନାଯୋଗ୍ୟ, ଚଳିତବର୍ଷ ଜାନୁଆରୀରେ ସୁପ୍ରିମ୍‌କୋର୍ଟଙ୍କ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ନୋଟ୍‌ବନ୍ଦୀ ନିଷ୍ପତ୍ତିକୁ ଠିକ୍ ବୋଲି କହିଥିଲେ । ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ବନ୍ଦ କରିବା ପ୍ରକ୍ରିୟାରେ କୌଣସି ଗଡ଼ବନି ହୋଇନଥିବା ଖଣ୍ଡପୀଠ କହିଥିଲେ । ସେହିପରି ଆର୍ଥିକ ନିଷ୍ପତ୍ତିକୁ ପଲଟାଯାଇପାରିବ ନାହିଁ ବୋଲି ମଧ୍ୟ କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking