ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରୁ ଏକ ଅପରାଧ ସମ୍ବନ୍ଧୀୟ ଖବର ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ନାବାଳକଙ୍କୁ ଛୁରାମାଡ ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ମଦ ପାଇଁ ୫୦ ଟଙ୍କା ନ ଦେବାରୁ ଜଣେ ୧୭ ବର୍ଷ ର ନାବାଳକ ତାଙ୍କ ଦୁଇ ବନ୍ଧୁଙ୍କୁ ଛୁରୀରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ନାବାଳକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣା ପରେ ଅନ୍ୟ ଆହତ ଦୁଇ ଜଣଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।
ସେହିଭଳି ଅନ୍ୟ ଏକ ଘଟଣାରେ ଉତ୍ତରପ୍ରଦେଶ ଗୌତମ ବୁଦ୍ଧ ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ହତ୍ୟା ଅଭିଯୋଗରେ ୪ଟି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୋଲିସଙ୍କ ସୂଚନା ଅନୁଯାଇ ଥାନା ଏକ୍ସପ୍ରେସରେ ରହୁଥିବା ଜଣେ ମହିଳା ଶସି (୪୦)ଙ୍କୁ ୧୬ ଜୁଲାଇରେ ଅଞ୍ଜଳି ତାଙ୍କ ଘରକୁ ଡାକି ନେଇଯାଇଥିଲେ । ପରେ ସେଠାରେ ଅଞ୍ଜଳି, ତାଙ୍କ ସ୍ୱୀମୀ ବୀରେନ୍ଦ. ଦିଅର ଦିନେଶ ଓ ତାଙ୍କ ଶଶୁରଙ୍କ ସହ ମିଶି ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ଓ ଏହାପରେ ସେମାନେ ତାଙ୍କ ଶବକୁ ହାପୁଡ ର ସିଂଭାବଲି ପାଖ ଗଙ୍ଗନଗରରେ ଫୋପାଡି ଦେଇଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଂଜଳି ଓ ତା ପରିବାର ଶଶିଙ୍କୁ ମାରିଥିବା ଜଣାପଡିଛି । ଏହି ଘଟଣା ପରେ ହାପୁଡ ଜିଲ୍ଲା ର ପୋଲିସ କର୍ମଚାରୀ ମାନେ ୧୮ ଜୁଲାଇରେ ଜଣେ ମହିଳା ଜଣଙ୍କ ଶବ ଉଦ୍ଧାର କରିଥିଲେ । ପୋଲିସ ଏବେ ଅଭିଯୁକ୍ତମାନଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି । କେଉଁ କାରଣ ପାଇଁ ଶସି ସହ ଏହି ଘଟଣା ଘଟିଲା ନା ଏହା ପଛରେ ଆଉ କିଛି କାରଣ ଅଛି, ତାହା ଜାଣିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି ।