18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଉତ୍ତର କୋରିଆର ସବୁଠୁ ବଡ଼ ମିସାଇଲ୍ ପରେଡ୍‌

ଉତ୍ତର କୋରିଆର ସବୁଠୁ ବଡ଼ ମିସାଇଲ୍ ପରେଡ୍‌

ପ୍ୟୋଙ୍ଗ୍‌ୟାଙ୍ଗ: ଉତ୍ତର କୋରିଆରେ ସେନର ୭୫ତମ ସ୍ଥାପନା ଦିବସ ଅବସରରେ ବୁଧବାର ସୈନ୍ୟ ପରେଡ୍‌ର ଆୟୋଜିତ ହୋଇଛି । ଏହି ଅବସରରେ ରାଜଧାନୀ ପ୍ୟୋଙ୍ଗ୍‌ୟାଙ୍ଗ୍‌ରେ ପ୍ରାୟ ଏକ ଡଜନ ଇଣ୍ଟର୍‌କଣ୍ଟିନେଣ୍ଟାଲ୍ ବାଲେଷ୍ଟିକ୍ ମିସାଇଲ୍ (ଆଇସିବିଏମ୍‌) ପ୍ରଦର୍ଶନ କରାଯାଇଛି । ଏହି ମିସାଇଲ୍ ପ୍ରଦର୍ଶନ ରାଜଧାନୀର କିମ୍ ଇଲ୍ ସୁଙ୍ଗ୍ ସ୍କୋୟାର୍‌ରୁ ଆରମ୍ଭ ହୋଇଥିଲା । ଏହି ଅବସରରେ ଏକଛତ୍ର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କୁ ପତ୍ନୀ ଏବଂ କନ୍ୟାଙ୍କ ସହିତ ଦେଖିବାକୁ ମିଳିଥିଲା ।

ଉତ୍ତର କୋରିଆ ମିଡିଆ କେସିଏନ୍‌ଏ ପରେଡ୍‌ର ଫଟୋ ଜାରିକରି ଏହାକୁ ଦେଶର ନ୍ୟୁକ୍ଲିୟର୍ ଆଟାକ୍ କ୍ଷମତାର ପ୍ରମାଣ ବୋଲି ଦର୍ଶାଇଛି । ଏହି ଫଟୋଗୁଡ଼ିକରେ ୧୧ ହ୍ୟୁସୋଙ୍ଗ୍‌-୧୭ ମିସାଇଲ୍ ଦେଖିବାକୁ ମିଳୁଛି । ଏହା ଉତ୍ତର କୋରିଆର ସର୍ବବୃହତ୍ ଆଇସିବିଏମ୍‌, ଯାହା ବିଶ୍ୱର ଯେକୌଣସି ସ୍ଥାନରେ ନ୍ୟୁକ୍ଲିୟର୍ ଆକ୍ରମଣ କରିପାରିବ । ପରେଡ୍‌ରେ ନୂଆ ସଲିଡ୍‌-ଫୁଏଲ୍ ଆଇସିବିଏମ୍‌ର ପ୍ରୋଟୋଟାଇପ୍ ମଧ୍ୟ ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking