ନୂଆଦିଲ୍ଲୀ: ବଲିଉଡ୍ ଅଭନେତ୍ରୀ ନୋରା ଫତେହି ମହାଠକ ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟ ସହଯୋଗୀଙ୍କ ବିରୋଧରେ ଚାଲିଥିବା ୨୦୦ କୋଟି ଟଙ୍କାର ମନ ଲଣ୍ଡରିଂ ମାମଲାରେ ବୟାନ ରେକର୍ଡ ପାଇଁ ଶୁକ୍ରବାର ଇଡି ଅଫିସ୍ରେ ହାଜର ହୋଇଛନ୍ତି । ଏହି ମାମଲାରେ ପୂର୍ବରୁ ସେ ଦୁଇଥର ଇଡିରେ ହାଜର ହୋଇସାରିଛନ୍ତି ।
ନୋରାଙ୍କୁ ଇଡି ମାମଲାର ଚାର୍ଜଶିଟ୍ରେ ସାକ୍ଷୀ କରିଛି । ସୂତ୍ର ଅନୁସାରେ ନୋରାଙ୍କୁ ସୁକେଶ ସମ୍ପର୍କରେ ପଚରା ଉଚରା କରାଯିବା ସହ ପିଏମ୍ଏଲ୍ଏ ଧାରା ଅଧୀନରେ ତାଙ୍କ ବୟାନ ରେକର୍ଡ କରାଯାଇଛି । ସୁକେଶ ତାଙ୍କ ଭିଣୋଇ ବବିଙ୍କୁ ୬୫ ଲକ୍ଷ ଟଙ୍କାର ଏକ ବିଏମ୍ଡବ୍ଲ୍ୟୁ କାର୍ ଉପହାର ଦେଇଥିଲା ବୋଲି ପୂର୍ବରୁ ନୋରା ଇଡିକୁ ବୟାନ ଦେଇଥିଲେ ।