ଭୁବନେଶ୍ୱର: ନିଜକୁ କେନ୍ଦ୍ରସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ବୋଲି ପରିଚୟ ଦେଲେ । ପରେ ୩କୋଟିର ଲୋଭ ଦେଖାଇ ଜଣେ ବ୍ୟବସାୟୀଙ୍କଠୁ ୨.୩୫ କୋଟି ଠକିନେଲେ । ଏହି ମାମଲାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଉତ୍ତରପ୍ରଦେଶ ନୋଏଡାରୁ ଗତ ମଙ୍ଗଳବାର ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ହିମାଂଶୁ ଭଣ୍ଡାରୀ । ଗିରଫ ପରେ ହିମାଂଶଙ୍କୁ ଗ୍ରେଟର ନୋଏଡ଼ା ସୁରଜପୁରସ୍ଥିତ ଏସିଜେଏମ୍ ଫାର୍ଷ୍ଟ କୋର୍ଟରେ ବୁଧବାର ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ନେବାକୁ ଅନୁମତି ଦେବାପରେ ଇଓଡବ୍ଲ୍ୟୁ ଶନିବାର ଅଭିଯୁକ୍ତ ହିମାଂଶୁଙ୍କୁ ବଡ଼ବିଲ୍ ଜେମ୍ଏଫ୍ସି କୋର୍ଟରେ ହାଜର କରିଥିଲା । କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଏହି ଠକେଇ ଗ୍ୟାଙ୍ଗରେ ଏକାଧିକ ସଦସ୍ୟ ଅଛନ୍ତି ।
ସେମାନେ ବିଭିନ୍ନ ରାଜ୍ୟରେ ଏପରି ଠକେଇରେ ସମ୍ପୃକ୍ତ ଥିବା ଜଣାପଡ଼ିଛି । ତେଣୁ ଏହି ମାମଲାରେ ତଦନ୍ତ ଚାଲୁରହିଥିବାବେଳେ ଫେରାର୍ ଅଭିଯୁକ୍ତଙ୍କୁ ଧରିବାକୁ ଇଓଡବ୍ଲ୍ୟୁ ଚେଷ୍ଟା ଚଳାଇଛି । ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଯୋଡ଼ାର ବ୍ୟବସାୟୀ ପ୍ରମୋଦ କୁମାର ରାଉତଙ୍କ ୨୦୧୨ରୁ ମାକ୍ସ ନ୍ୟୁୟୋର୍କ ଲାଇଫ୍ ଇନ୍ସୁରାନ୍ସ କମ୍ପାନୀରେ ଏକ ପଲିସି ରହିଛି । ୨୦୧୯ ଅକ୍ଟୋବରରେ ଅଭିଯୁକ୍ତ ହିମାଂଶୁ ତାଙ୍କ ମୋବାଇଲକୁ କଲ୍ କରି ଜାଲରେ ଫସାଇଥିଲେ । ସେ ନିଜକୁ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟର ଫଣ୍ଡ୍ ରିଲିଜିଂ ହେଡ୍ ଏ.କେ ୱାଲିଆ ବୋଲି ପରିଚୟ ଦେଇଥିଲେ । ତାଙ୍କ ଜୀବନ ବୀମାକୁ କେନ୍ଦ୍ର ସରକାର କରିଥିବା ପ୍ରଧାନମନ୍ତ୍ରୀ ରାହତ କୋଷ ଯୋଜନା ଦ୍ୱାରା ଚୟନ କରାଯାଇଥିବା କହିଥିଲେ । ଏନେଇ ସରକାରଙ୍କ ପକ୍ଷରୁ ୩କୋଟି ମିଳିବ, ଏଥିପାଇଁ କିଛି ଟଙ୍କା ଦେବାକୁ ପଡ଼ିବ ବୋଲି ସେ କହିଥିଲେ । ଏମିତିକି ବିଶ୍ୱାସ ଜନ୍ମାଇବା ପାଇଁ ପ୍ରମୋଦଙ୍କ ହ୍ୱାଟ୍ସଆପ୍କୁ କେନ୍ଦ୍ର ସରକାରଙ୍କ ଇନ୍ସୁରାନ୍ସ ରେଗୁଲେଟୋରି ଏଣ୍ଡ୍ ଡେଭେଲପ୍ମେଌକ୍ଷଗ୍ଧ;୍ କର୍ତ୍ତୁପକ୍ଷଙ୍କ ଏଚ୍ଓଡ଼ି ସୁରେଶ ମାଥୁରଙ୍କ ନାମରେ ଦସ୍ତଖତ ଥିବା ଚିଠି ପଠାଇଥିଲେ । ୩କୋଟି ପାଇବାକୁ ହେଲେ ୧କୋଟି ୫୬ଲକ୍ଷ ୩୬ହଜାର ଟଙ୍କା ଦେବାକୁ କୁହାଯାଇଥିଲା ।
ତେବେ ପ୍ରମୋଦ କିଛି ଦିନ ପାଇଁ ଚୁପ୍ ରହିବାରୁ ଅଭିଯୁକ୍ତମାନେ ଏ.କେ ୱାଲିଆଙ୍କ କର୍ମଚାରୀ ବୋଲି ପରିଚୟ ଦେଇ ବିଭିନ୍ନ ନମ୍ବରରୁ ତାଙ୍କୁ କଲ୍ କରିଥିଲେ । ଏଥିସହ ଅନ୍ଲାଇନ୍ ଜରିଆରେ ଟଙ୍କା ପଠାଇବାକୁ ବିଭିନ୍ନ ବ୍ୟାଙ୍କ ଆକାଉଌକ୍ଷଗ୍ଧ; ନମ୍ବର ପଠାଇଥିଲେ । ଶେଷରେ ପ୍ରମୋଦ ଅଭିଯୁକ୍ତଙ୍କ ଜାଲରେ ପଡ଼ି ୨୦୧୯ ନଭେମ୍ବର ୧୯ତାରିଖରୁ ୨୦୨୧ ଫେବ୍ରୁଆରୀ ୪ତାରିଖ ମଧ୍ୟରେ ବିଭିନ୍ନ ଟ୍ୟାକ୍ସ ସହ ୨କୋଟି ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ପଠାଇଥିଲେ । ଅଭିଯୁକ୍ତମାନେ ପ୍ରମୋଦଙ୍କ ହ୍ୱାଟ୍ସଆପ୍କୁ ଅର୍ଥମନ୍ତ୍ରାଳୟ, ଆର୍ବିଆଇ ଓ ଇନ୍କମ୍ ଟ୍ୟାକ୍ସର ଅନେକ ଫେକ୍ ଲେଟର୍ ସହ ୧.୨୭ କୋଟି ଏବଂ ୭୦.୮୧ ଲକ୍ଷର ୨ଟି ଫେକ୍ ବ୍ୟାଙ୍କ ଡିମାଣ୍ଡ୍ ଡ୍ରାଫ୍ଟ୍ ମଧ୍ୟ ପଠାଇଥିଲେ । ହେଲେ ପ୍ରମୋଦଙ୍କ ଆକାଉଌକ୍ଷଗ୍ଧ;କୁ କୌଣସି ଟଙ୍କା ନଆସିବାରୁ ତାଙ୍କ ସନ୍ଦେହ ହୋଇଥିଲା । ସମସ୍ତ ମୋବାଇଲ ନମ୍ବରକୁ କଲ୍ କରିବାରୁ ସେଗୁଡ଼ିକ ବନ୍ଦ ଥିବା ଜଣାପଡ଼ିଥିଲା । ଏନେଇ ପ୍ରମୋଦ ଗତ ଫେବୃୟାରୀ ୨୮ତାରିଖରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ । ଅଭିଯୋଗକ୍ରମେ ଇଓଡବ୍ଲ୍ୟୁ ପୁଲିସ ବିଭିନ୍ନ ଦଫା ସହ ଆଇଟି ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।