ନୋଏଡା :ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ଜିଲ୍ଲା ଜେଲ୍ରେ ୩୧ କଏଦୀ ଏଚ୍ଆଇଭି ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଜଣେ ଅଧିକାରୀ ଏହି ସୂଚନା ଦେଇ କହିଛନ୍ତି, ଜେଲ୍ରେ କ୍ୟାମ୍ପ୍ କରାଯାଇ ୨୬୫୦ କଏଦୀଙ୍କ ସ୍କ୍ରିନିଂ ପରେ ନମୁନା ସଂଗ୍ରହ କରାଯାଇଥିଲା । ଏହାପରେ ୩୧ କଏଦୀଙ୍କ ଏଚ୍ଆଇଭି ରିପୋର୍ଟ ପଜିଟିଭ୍ ଆସିଛି । ଏଚ୍ଆଇଭି ପଜିଟିଭ୍ ମିଳିବା ପରେ ସମସ୍ତ ୩୧ କଏଦୀଙ୍କର ନୋଏଡା ଜିଲ୍ଲା ହସ୍ପିଟାଲ୍ର ଏଟିଆର୍ ସେଣ୍ଟର୍ରେ ପଞ୍ଜୀକରଣ କରାଯାଇ ଚିକିତ୍ସା ଆରମ୍ଭ ହୋଇଛି ।