18.1 C
Bhubaneswar
Monday, November 25, 2024
Homeଓଡିଶାନୋବେଲ ବିଜୟୀଙ୍କୁ ୬ ମାସ ଜେଲ୍‌ଦଣ୍ଡ

ନୋବେଲ ବିଜୟୀଙ୍କୁ ୬ ମାସ ଜେଲ୍‌ଦଣ୍ଡ

ଢ଼ାକା : ବାଂଲାଦେଶର ନୋବେଲ ବିଜୟୀ ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସ୍‌ଙ୍କୁ  ସ୍ଥାନୀୟ ସରକାର ୬ମାସ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି । ରିପୋର୍ଟ ଅନୁସାରେ ଶ୍ରମ ଆଇନ୍ ଉଲ୍ଲଂଘନ ଅଭିଯୋଗରେ ଢ଼ାକା କୋର୍ଟ ତାଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି । ଅନ୍ୟପକ୍ଷେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବାଂଲାଦେଶ ସରକାର ତାଙ୍କ ବିରୋଧରେ ମିଛ ଅଭିଯୋଗ ଆଣି ତାଙ୍କୁ ଜେଲ୍‌ରେ ବନ୍ଦୀ କରିବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି ।

ଦାରିଦ୍ର‌୍ୟ ନିରାକରଣ ଅଭିଯାନ ଏବଂ ନିଜର ଗ୍ରାମୀଣ ବ୍ୟାଙ୍କ ଜରିଆରେ ବାଂଲାଦେଶକୁ ମାଇକ୍ରୋ କ୍ରେଡିଟ୍‌ର ଜନ୍ମସ୍ଥାନର ପରିଚୟ ଦେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୮୩ ବର୍ଷୀୟ ମହମ୍ମଦ ୟୁନୁସ୍‌ଙ୍କୁ ୨୦୦୬ ମସିହାରେ ନୋବେଲ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେ ୧୯୮୩ରେ ଏହି ବ୍ୟାଙ୍କ୍‌କୁ ପ୍ରତିଷ୍ଠା କରିଥିଲେ । ତେବେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରାମୀଣ ଟେଲିକମ୍‌ରେ ଶ୍ରମିକ କଲ୍ୟାଣ ପାଣ୍ଠି ଗଠନ କରାଯାଇନଥିବା ନେଇ ଅଭିଯୋଗ ହୋଇଥିଲା ।

ଏହି ଅଭିଯୋଗ ଆଧାରରେ ତାଙ୍କର ୩ ସହକର୍ମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ଶୁଣାଣି କରିବା ପୂର୍ବକ ତୃତୀୟ ଶ୍ରମ ଅଦାଲତରେ ମହମ୍ମଦ ୟୁନୁସ୍‌ଙ୍କ ସମେତ ୪ଜଣଙ୍କୁ ୬ ମାସ ଜେଲଦଣ୍ଡ ସହ ୨୫ ହଜାର ଟଙ୍କା ଲେଖାଏ ଅର୍ଥଦଣ୍ଡ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking