28.1 C
Bhubaneswar
Wednesday, July 3, 2024
Homeଓଡିଶାଭୁବନେଶ୍ୱରସର୍ବସାଧାରଣସ୍ଥାନରେ ମଦ୍ୟପାନକୁ ନା: ୧୨ଦିନରେ ୫.୮୪ଲକ୍ଷ ଜୋରିମାନା ଆଦାୟ

ସର୍ବସାଧାରଣସ୍ଥାନରେ ମଦ୍ୟପାନକୁ ନା: ୧୨ଦିନରେ ୫.୮୪ଲକ୍ଷ ଜୋରିମାନା ଆଦାୟ

ଭୁବନେଶ୍ୱର: ରାଜଧାନୀରେ ଦିନକୁଦିନ ବୃଦ୍ଧି ପାଉଥିବା ଅପରାଧ ହ୍ରାସ ପାଇଁ ଡିସିପି ଉଦ୍ୟମ କରୁଛନ୍ତି । ଏନେଇ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲା ପକ୍ଷରୁ ବିଭିନ୍ନ ଥାନା ଅଞ୍ଚଳରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ ଧରପଗଡ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଗତ ୨ତାରିଖରୁ ଆରମ୍ଭ ହେବା ସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ । ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାରେ ଥିବା ପ୍ରତ୍ୟେକ ଥାନାର ବଛାବଛା ଅଫିସରଙ୍କ ସମେତ ସମ୍ପୃକ୍ତ ଥାନାର ଆଇଆଇସି ଏବଂ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଅଭିଯାନ ପରିଚାଳିତ ହେଉଛି । ଏହିକ୍ରମରେ ଗତ ୧୨ଦିନରେ ୧୧୬୭ଜଣଙ୍କ ଠାରୁ ସମୁଦାୟ ୫ଲକ୍ଷ ୮୪ହଜାର ୫୦୦ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଭୁବନେଶ୍ୱର ସହରାଞ୍ଚଳ ପୁଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଅଭିଯାନରେ ଗତ ୨ତାରିଖରେ ୧୩୨ଜଣଙ୍କ ନିକଟରୁ ସର୍ବମୋଟ ୬୬ହଜାର ଟଙ୍କା, ୩ତାରିଖରେ ୧୩୬ଜଣଙ୍କ ନିକଟରୁ ୬୮ହଜାର ଟଙ୍କା, ୫ତାରିଖରେ ୧୩୧ଜଣଙ୍କ ନିକଟରୁ ସର୍ବମୋଟ ୬୬ହଜାର ୫୦୦ଟଙ୍କା, ୮ତାରିଖରେ ୧୩୮ଜଣଙ୍କ ନିକଟରୁ ମୋଟ ୬୯ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେହିପରି ୯ତାରିଖରେ ୧୪୪ଜଣଙ୍କ ନିକଟରୁ ମୋଟ ୭୨ହଜାର ଟଙ୍କା, ୧୦ତାରିଖରେ ୧୩୮ଜଣଙ୍କ ନିକଟରୁ ୬୯ହଜାର ଟଙ୍କା, ୧୧ତାରିଖରେ ୧୦୫ଜଣଙ୍କ ନିକଟରୁ ମୋଟ ୫୩ହଜାର ଟଙ୍କା, ୧୨ତାରିଖରେ ୧୦୮ଜଣଙ୍କ ନିକଟରୁ ୫୪ହଜାର ଟଙ୍କା, ୧୩ ତାରିଖରେ ୧୩୫ଜଣଙ୍କ ନିକଟରୁ ମୋଟ ୬୭ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking