19.1 C
Bhubaneswar
Tuesday, January 13, 2026
Homeଓଡିଶାମାଗଣା ବିଜୁଳି ଦେବାର କୌଣସି ବ୍ୟବସ୍ଥା ନାହିଁ : କେଭି ସିଂହଦେଓ

ମାଗଣା ବିଜୁଳି ଦେବାର କୌଣସି ବ୍ୟବସ୍ଥା ନାହିଁ : କେଭି ସିଂହଦେଓ

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ବିଜେପି ୩୦୦ ୟୁନିଟ ମାଗଣା ବିଜୁଳି ଦେବାକୁ କହିଥିଲା। ହେଲେ ନିର୍ବାଚନ ଜିତି ସରକାର ଗଠନ କରିବାକୁ ୩ ମାସ ପୂରିବାକୁ ଥିବା ବେଳେ ଏବେ ନୂଆ ସରକାରଙ୍କର ମାଗଣା ବିଜୁଳି ଯୋଗାଣର କୌଣସି ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି। ଆଜି ବିଧାନସଭାରେ ବିଜେପି ବିଧାୟକ ମାନସ ଦତ୍ତ ମାଗଣା ବିଜୁଳି ପ୍ରସଙ୍ଗ ଉଠାଇଥିଲେ। ଯାହାର ଉତ୍ତର ଦେଇ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ନୂଆ ସରକାରଙ୍କର ମାଗଣା ବିଜୁଳି ଯୋଗାଇବାର କୌଣସି ବ୍ୟବସ୍ଥା ନାହିଁ। ବିଜେପି ବିଧାୟକ ମାନସ ଦତ୍ତ ପ୍ରଶ୍ନ କରିଥିଲେ କି କେନ୍ଦ୍ର ସରକାର ସୌଭାଗ୍ୟ ଯୋଜନାରେ ମାଗଣା ବିଜୁଳି ସଂଯୋଗ ଦେଉଛନ୍ତି। ଓଡିଶା ସରକାର ସେଭଳି ବ୍ୟବସ୍ଥା କରିଛନ୍ତି କି? ଉତ୍ତରରେ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ମାଗଣା ବିଦ୍ୟୁତ ଦେବାର ବ୍ୟବସ୍ଥା ନାହିଁ. ଯାହାର ସଂଯୋଗ ନାହିଁ, ଆବେଦନ କଲେ ଯୋଗାଇ ଦିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking