19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶ୪୫ଠ ଟଙ୍କାରେ ଏଲ୍‌ପିଜି ସିଲିଣ୍ଡର ଦେବାର କୌଣସି ଯୋଜନା ନାହିଁ: କେନ୍ଦ୍ର

୪୫ଠ ଟଙ୍କାରେ ଏଲ୍‌ପିଜି ସିଲିଣ୍ଡର ଦେବାର କୌଣସି ଯୋଜନା ନାହିଁ: କେନ୍ଦ୍ର

ନୂଆଦିଲ୍ଲୀ:  ନିକଟରେ ଅନୁଷ୍ଠିତ ୫ ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ଉଭୟ କଂଗ୍ରେସ ଓ ବିଜେପି ଶସ୍ତାରେ ଏଲ୍‌ପିଜି ସିଲିଣ୍ଡର ଦେବାକୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ । ବିଶେଷକରି ରାଜସ୍ଥାନରେ ବିଜେପି ମଧ୍ୟ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ୪୫ଠ ଟଙ୍କାରେ ଏଲପିଜି ସିଲିଣ୍ଡର ପ୍ରଦାନ ପାଇଁ ଘୋଷଣା କରିଥିଲା । କିନ୍ତୁ ଏବେ ଯେତେବେଳେ ବିରୋଧୀ ଦଳ ଏନେଇ ପ୍ରଶ୍ନ କରିଛନ୍ତି ସେତେବେଳେ କେନ୍ଦ୍ର ସରକାର ଏଥିରୁ ଓହରିଯାଇଛନ୍ତି । ସଂସଦର ଚଳିତ ଶୀତକାଳୀନ ଅଧିବେଶନ ସମୟରେ କେନ୍ଦ୍ର ସରକାର ରାଜ୍ୟସଭାରେ ସ୍ପଷ୍ଟ କରିଛନ୍ତି ଯେ, ରାଜସ୍ଥାନରେ ୪୫ଠ ଟଙ୍କାରେ ଏଲପିଜି ସିଲିଣ୍ଡର ଦିଆଯିବା ନେଇ କୌଣସି ଯୋଜନା ନାହିଁ । ଭାରତ ସରକାରଙ୍କ ପକ୍ଷରୁ ଏଭଳି କୌଣସି ଘୋଷଣା କରାଯାଇନାହିଁ । ରାଜ୍ୟସଭାରେ ପ୍ରଶ୍ନକାଳରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଏହା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking