31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶକଂଗ୍ରେସ ବିନା କୌଣସି ବିରୋଧୀ ମେଣ୍ଟ ଅସମ୍ଭବ: ଜୟରାମ ରମେଶ

କଂଗ୍ରେସ ବିନା କୌଣସି ବିରୋଧୀ ମେଣ୍ଟ ଅସମ୍ଭବ: ଜୟରାମ ରମେଶ

ନୂଆଦିଲ୍ଲୀ: କଂଗ୍ରେସ ବିନା ଦେଶରେ କୌଣସି ବିରୋଧୀ ମେଣ୍ଟ ଗଠନ ଅସମ୍ଭବ ବୋଲି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି । ସଂସଦରରେ କଂଗ୍ରେସର ପ୍ରସଙ୍ଗ ଏବଂ ଟିଏମ୍‌ସି-ସମାଜବାଦୀ ପାର୍ଟିର ତୃତୀୟ ଫ୍ରଣ୍ଟ୍‌କୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ଏକ ସାକ୍ଷାତକାର ସମୟରେ ଏହା କହିଛନ୍ତି । ପିଟିଆଇକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ବିନା କଂଗ୍ରେସର ବିରୋଧୀ ମେଣ୍ଟ ଦମଦାର ହେବ ନାହିଁ । ଯେତେ ବି ମେଣ୍ଟ ଗଠନ କର, ସେଥିରେ କଂଗ୍ରେସର ଉପସ୍ଥିତି ନିଶ୍ଚିତ ଭାବେ ଆବଶ୍ୟକ । ସେହିପରି ସଂସଦୀୟ କାର୍ଯ୍ୟକ୍ରମ ସମ୍ପର୍କରେ ରମେଶ କହିଛନ୍ତି, ସଂସଦରେ ବିରୋଧୀଙ୍କ କହିବାର ଅନୁମତି ମିଳିବା ଉଚିତ । ଏହା ଗଣତନ୍ତ୍ରର ଆଧାର । ମାତ୍ର ଆମକୁ କହିବାକୁ ଦିଆଯାଉ ନାହିଁ । ଜୟରାମ କହିଛନ୍ତି, ଟିଏମ୍‌ସି-ସମାଜବାଦୀ ପାର୍ଟି ଏକାଠି ହେବା କୌଣସି ବଡ଼ କଥା ନୁହେଁ ।

ଲୋକମାନେ ଏପରି ଏକାଠି ହୋଇଥାନ୍ତି, ମେଣ୍ଟ୍ ଗଠନ ହୋଇଥାଏ । ତୃତୀୟ ଫ୍ରଣ୍ଟ୍‌, ଚତୁର୍ଥ ଫ୍ରଣ୍ଟ୍‌, ପଞ୍ଚମ ଫ୍ରଣ୍ଟ୍ ଗଠନ ହେଉଥିବ, କିନ୍ତୁ ବିରୋଧୀ ମେଣ୍ଟରେ କଂଗ୍ରେସର ଉପସ୍ଥିତି ଏକାନ୍ତ ଆବଶ୍ୟକ । ଯଦି ବିରୋଧୀ ଦଳଙ୍କ ସଂଗଠନ ଗଠନ ହୁଏ, ତେବେ ସେଥିରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଭୂମିକା ହେବ । କଂଗ୍ରେସ ବିନା କୌଣସି ବିରୋଧୀ ମେଣ୍ଟ ଅସମ୍ଭବ । ସେହିପରି ୨୦୨୪ ପାଇଁ ମେଣ୍ଟ କରିବା ବହୁ ତରବରିଆ ନିଷ୍ପତ୍ତି ହେବ । ଏବେ କର୍ଣ୍ଣାଟକରେ ନିର୍ବାଚନ ହେବାର ଅଛି । ପୁଣି ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ମିଜୋରାମରେ ନିର୍ବାଚନ ହେବ । ୨୦୨୩ରେ ଆମେ ବିଧାନସଭା ନିର୍ବାଚନରେ ବ୍ୟସ୍ତ ରହିବୁ । ୨୦୨୪ ସମ୍ପର୍କରେ ପରେ ଦେଖାଯିବ । ରମେଶ କହିଛନ୍ତି, ବିରୋଧୀ ଦଳ ନିଜର ମତ ରଖିବା ଏବଂ କ୍ଷମତାସୀନ ଦଳ ନିଜ ହିସାବରେ କାମ କରିବା ସଂସଦୀୟ ଗଣତନ୍ତ୍ରର ପ୍ରଥମ ନିୟମ । ଯଦି ବିରୋଧୀଙ୍କୁ କହିବାକୁ ଦିଆଯିବ ନାହିଁ ତେବେ ଗଣତନ୍ତ୍ର କିପରି ବଞ୍ଚିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ଆମକୁ ଅଦାନୀ, ଚୀନ୍ ଏବଂ ଆର୍ଥିକ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦିଆଯିବ ନାହିଁ ତେବେ ଏହାକୁ ଗଣତନ୍ତ୍ର କିପରି କୁହାଯିବ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking