26.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶଭାରତକୁ ବିକଶିତ ହେବାରେ କେହି ଅଟକାଇ ପାରିବେ ନାହିଁ: ମୋଦୀ

ଭାରତକୁ ବିକଶିତ ହେବାରେ କେହି ଅଟକାଇ ପାରିବେ ନାହିଁ: ମୋଦୀ

ନୂଆଦିଲ୍ଲୀ: ରବିବାର ଭାରତ ମଣ୍ଡପରେ ଆୟୋଜିତ ବିକଶିତ ଇଣ୍ଡିଆ ୟଙ୍ଗ ଲିଡର୍ସ ଡାଏଲଗ ୨୦୨୫ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ । ଏହି ସମୟରେ ସେ କହିଛନ୍ତି ଯେ ଦେଶର ଯୁବବର୍ଗଙ୍କ ସହ ତାଙ୍କର ବହୁତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି । ଦେଶର ଯୁବଶକ୍ତିର ଶକ୍ତି ଭାରତକୁ ଯଥାଶୀଘ୍ର ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ଇଣ୍ଡିଆ ୟୁଥ୍ ଲିଡର୍ସ ଡାଏଲଗ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଆଜି ଆପଣଙ୍କ ସହ କଥାବାର୍ତ୍ତା ବେଳେ ମୁଁ ବିକଶିତ ଭାରତର ଏକ ଚିତ୍ର ମଧ୍ୟ ଦେଖୁଛି। ବିକଶିତ ଭାରତରେ ଆମେ କ’ଣ ଦେଖିବାକୁ ଚାହୁଁଛୁ? ଆପଣ କେଉଁ ପ୍ରକାରର ଭାରତ ଦେଖିବାକୁ ଚାହୁଁଛନ୍ତି? କେବଳ କହିଦେଲେ ଆମେ ବିକଶିତ ହୋଇଯିବା କି ? ଯେତେବେଳେ ପ୍ରତ୍ୟେକ ନିଷ୍ପତ୍ତିର ମାନଦଣ୍ଡ ‘ବିକଶିତ ଭାରତ’ ରହିବ, ଯେତେବେଳେ ଆମର ପ୍ରତ୍ୟେକ ପଦକ୍ଷେପର ଦିଗ ସମାନ ରହିବ- ବିକଶିତ ଭାରତ ସେତେବେଳେ ଆମେ ବିକଶିତ ହୋଇପାରିବା । ପୃଥିବୀର କୌଣସି ଶକ୍ତି ଆମକୁ ବିକାଶରୁ ଅଟକାଇ ପାରିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking