29.1 C
Bhubaneswar
Monday, October 28, 2024
Homeଦେଶ ବିଦେଶମଦ୍ୟପାନ କରିଥିଲେ ଘରକୁ ଯିବାର ଆଉ ଚିନ୍ତା ନାହିଁ; ନିଶାସକ୍ତଙ୍କୁ ଘରେ ଛାଡ଼ିଦେବେ ସରକାର

ମଦ୍ୟପାନ କରିଥିଲେ ଘରକୁ ଯିବାର ଆଉ ଚିନ୍ତା ନାହିଁ; ନିଶାସକ୍ତଙ୍କୁ ଘରେ ଛାଡ଼ିଦେବେ ସରକାର

ଇଟାଲି : ଦୁନିଆର ଅନେକ ଦେଶ ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି । କିଛି ଦେଶ କଠୋର କାର୍ଯ୍ୟାନୁଷ୍ଠାନର ନିୟମ କରିଛନ୍ତି ତ କିଛି ଦେଶ ଲୋକଙ୍କୁ ପ୍ରଲୋଭିତ କରି ଏବଂ ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମ ଆପଣାଇ ଦୁର୍ଘଟଣା ଉପରେ ଲଗାମ ଲଗାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହାରି ଭିତରେ ଇଟାଲି ସରକାର ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ଅଧୀନରେ ଯଦି କ୍ଲବ କିମ୍ବା ବା?ର୍ରେ ଆପଣ ଅଧିକ ମଦ୍ୟପାନ କରିଦେଇଛନ୍ତି, ତା’ ହେଲେ ଘରକୁ ଯିବାର ଆଉ ଚିନ୍ତା ନାହିଁ ।

ଏମିତି ନିଶାଡ଼ିଙ୍କୁ ଘରେ ପହଞ୍ଚାଇବା କାମ କରିବେ ସରକାର । ତାଙ୍କୁ ଟ୍ୟାକ୍ସି ଜରିଆରେ ଘର ପର୍ଯ୍ୟନ୍ତ ମାଗଣାରେ ପହଞ୍ଚାଯିବ । ଏହା ପରିବର୍ତ୍ତେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ କୌଣସି ବି ଚାର୍ଜ ନିଆଯିବ ନାହିଁ । ଏପରି କି, ଟ୍ୟାକ୍ସିର ଭଡ଼ା ମଧ୍ୟ ସରକାର ଦେବେ । ପାଇଲଟ୍ ପ୍ରୋଜେକ୍ଟ ରୂପେ ଏହାକୁ ଏକ ମାସ ପାଇଁ ଲାଗୁ କରାଯିବ । ଯଦି ସଫଳତା ମିଳେ, ତା’ ହେଲେ ଏହି ଯୋଜନା ସ୍ଥାୟୀ ରୂପେ ଲାଗୁ ହେବ । ଇଟାଲି ସରକାରଙ୍କ ଏହି ଯୋଜନା ଆଗାମୀ କିଛି ଦିନ ଭିତରେ ଲାଗୁ ହୋଇଯିବ । ଏହା ଅଧୀନରେ ନିଶାଡ଼ିମାନଙ୍କୁ ମାଗଣାରେ ଟ୍ୟାକ୍ସି ସୁବିଧା ଉପଲବ୍ଧ କରାଯିବ । ସଡ଼କ ଦୁର୍ଘଟଣାକୁ ରୋକିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି । ଏହି ପ୍ରୋଜେକ୍ଟ ବର୍ତ୍ତମାନ ସେପ୍େଟମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking