27.1 C
Bhubaneswar
Sunday, September 29, 2024
Homeଓଡିଶାଗଣତି କେନ୍ଦ୍ରକୁ ମୋବାଇଲ ମନା

ଗଣତି କେନ୍ଦ୍ରକୁ ମୋବାଇଲ ମନା

ଭୁବନେଶ୍ୱର: ଆସନ୍ତାକାଲି ଭୋଟ ଗଣତି ପାଇଁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ଓଡିଶା ପୁଲିସ । ଷ୍ଟ୍ରଙ୍ଗ ରୁମ ସୁରକ୍ଷା ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପର୍ଯ୍ୟନ୍ତ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି ପୁଲିସ । ୬୯ଟି ଷ୍ଟ୍ରଙ୍ଗରୁମ ଓ ଗୋଟିଏ ପୋଷ୍ଟାଲ ବାଲାଟ କାଉଁଟିଙ୍ଗ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟ୍ରଙ୍ଗ ରୁମରେ ସିଆରପିଏଫ ମୁତୟନ ହୋଇଥିବାବେଳେ ଷ୍ଟ୍ରଙ୍ଗ ରୁମ ବାହାରେ ବନ୍ଧୁକଧାରୀ ପୁଲିସ ଓ ବାହାରେ ଜିଲ୍ଲା ପୁଲିସ ମୁତୟନ ହେବେ । ଏଥିପାଇଁ ୧୧୫ଟି କେନ୍ଦ୍ରୀୟ କମ୍ପାନୀ ଷ୍ଟ୍ରଙ୍ଗ ରୁମରେ ମୁତୟନ ରହିବେ ।

ଏହାସହ ୨୧୮ ପ୍ଲାଟୁନ ପୁଲିସ ଫୋର୍ସ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ । ସେହିପରି ଷ୍ଟ୍ରଙ୍ଗ ରୁମକୁ କେବଳ ପାସ ଥିବା କର୍ମଚାରୀ ଭିତରକୁ ଯାଇପାରିବେ । ଗଣମାଧ୍ୟମ ପାଇଁ ମଧ୍ୟ ପାସ ବ୍ୟବସ୍ଥା କରାଯାଇଛି । କାଉଣ୍ଟିଙ୍ଗ ସେଣ୍ଟରକୁ ମୋବାଇଲ ନେବା ଉପରେ କଟକଣା ରହିଛି । କେବଳ ଯେଉଁ ଅଧିକାରୀଙ୍କୁ ଅନୁମତି ଦିଆଯାଇଛି ସେମାନେ ମୋବାଇଲ ଫୋନ ନେଇ ପାରିବେ । କାଉଟିଙ୍ଗ ସେଣ୍ଟରକୁ ଦୁଇଟି ବ୍ୟାରିକେଡ଼ରେ ବିଭକ୍ତ କରାଯାଇଛି । ସାଧା ପୋଷାକଧାରୀ ପୁଲିସ ବିଭିନ୍ନ ସ୍ଥାନରେ ନଜର ରଖିବେ । ଜିତିବା ପରେ ବିଜୟ ଉତ୍ସବ ରାଲି କରିବାକୁ ପୁଲିସର ଅନୁମତି ନେବା ଆବଶ୍ୟକ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking