19.1 C
Bhubaneswar
Saturday, November 23, 2024
Homeଓଡିଶାବୃଦ୍ଧାବସ୍ଥାରେ ରହିବାକୁ ଘରନାହିଁ: ଦୟନୀୟ ଜୀବନ କାଟୁଛନ୍ତି କାଣ୍ଡୁଲୁ

ବୃଦ୍ଧାବସ୍ଥାରେ ରହିବାକୁ ଘରନାହିଁ: ଦୟନୀୟ ଜୀବନ କାଟୁଛନ୍ତି କାଣ୍ଡୁଲୁ

ଫୁଲବାଣୀ : ଯୋଜନା ମାଳ ମାଳ କିନ୍ତୁ ଆଜି ପର୍ଯ୍ୟନ୍ତ ଘରଟିଏ ପାଇନଥିବାରୁ ଏକ ଭଙ୍ଗା କୁଡ଼ିଆରେ ଜୀବନ ବିତାଉଛନ୍ତି ଜଣେ ୭୦ ବର୍ଷୀୟ ବୃଦ୍ଧ । ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲ୍ଲା ବନ୍ଧଗଡ଼ ପଞ୍ଚାୟତ ଅନ୍ତର୍ଗତ ତେଜାମାହା ଗ୍ରାମରେ । ଗ୍ରାମର କାଣ୍ଡୁଲୁ ଅମାତଙ୍କ ପରିବାର କହିଲେ ଆଉ କେହି ମଧ୍ୟ ନାହାନ୍ତି । ଏଭଳି ପରିସ୍ଥିତିରେ ରହିବା ପାଇଁ ମଧ୍ୟ ନାହିଁ ତାଙ୍କର ଭଲ ଘର ଖଣ୍ଡିଏ । ଦୀର୍ଘବର୍ଷ ଧରି ତାଙ୍କର ସାହା ଭରସା ପାଲଟିଛି ଏକ ଭଙ୍ଗା ଜରିପାଲ ଘୋଡ଼ାଇ ହୋଇରହିଥିବା ଏକ ଘର । ସରକାରଙ୍କର ‘ମୋ କୁଡ଼ିଆ’ ଯୋଜନା ହେଉ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମୁଖ୍ୟମନ୍ତ୍ରୀ ଆବାସ ଯୋଜନା ଭଳି କୌଣସି ଯୋଜନାରେ ମଧ୍ୟ ଆଜି ପର୍ଯ୍ୟନ୍ତ ସାମିଲ୍ ହୋଇ ପାରିନାହାନ୍ତି ଏହି ଅସହାୟ ବୃଦ୍ଧ ଜଣକ । ବାସ୍ତବିକ ଉକ୍ତ ବ୍ଲକରେ କେଉଁମାନଙ୍କୁ ଏହି ବାସଗୃହ ଯୋଜନାରେ ସାମିଲ୍ କରାଯାଇଛି ତାହା ନିଶ୍ଚିତ ଭାବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସରକାରୀ ସହାୟତା କହିଲେ ଉକ୍ତ ବୃଦ୍ଧାଙ୍କୁ ମିଳୁଛି ୧୦ କେଜି ଚାଉଳ ସହିତ ୫୦୦ ଟଙ୍କା ବାର୍ଦ୍ଧକ୍ୟଭତ୍ତା । ବର୍ତ୍ତମାନ ପରିସ୍ଥିତିରେ ଜଣେ ବୃଦ୍ଧ ବ୍ୟକ୍ତି ଏକୁଡ଼ିଆ କନ୍ଧମାଳର ହାଡ଼ଭଙ୍ଗା ଶୀତ ମଧ୍ୟରେ କିଭଳି ଭାବେ ଉକ୍ତ ଭଙ୍ଗା ଦଦରା ଘରେ ଜୀବନ ବିତାଉଥିଲେ ତାହା ସହଜେ ଅନୁମେୟ । ତେବେ ସବୁଠାରୁ ପରିତାପର ବିଷୟ ଏହି କିଯେ, ଘର ଖଣ୍ଡିଏ ପାଇଁ ବୃଦ୍ଧା ଜଣକ ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଯାଇ ନେହୁରା ହୋଇଛନ୍ତି କିନ୍ତୁ ଏକୁଟିଆ ଯୋଗୁଁ କେହି ମଧ୍ୟ ତାଙ୍କର ସାହାରା ହୋଇନାହାନ୍ତି ।

ବର୍ତ୍ତମାନ ପରିସ୍ଥିତିରେ ମଧ୍ୟ ନିଜେ ମେଟାଲ୍ ତିଆରି କରି ସେଥିରେ ଯାହା କିଛି ରୋଜଗାର କରିଥାନ୍ତି ସେଥିରେ ସେ ଚଳୁଛନ୍ତି । ଅନ୍ୟପକ୍ଷରେ ଗରୀବମାନଙ୍କ ପାଇଁ ସରକାରୀସ୍ତରରେ ନାନା ଯୋଜନା କରାଯାଇଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ଇଛା ଶକ୍ତିର ଅଭାବ ସହିତ ଦାୟିତ୍ୱରେ ଥିବା କ୍ଷେତ୍ର କର୍ମଚାରୀମାନଙ୍କର ଆନ୍ତରିକତା ଅଭାବ ଯୋଗୁଁ କାଣ୍ଡୁଲୁ ଅମାତଙ୍କ ଭଳି ବହୁ ଯୋଗ୍ୟ ହିତାଧିକାରୀ ଆଜି ମଧ୍ୟ ସରକାରଙ୍କ ଅନେକ ଯୋଜନାରୁ ବଞ୍ଚିତ ହୋଇ ରହିଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟିଦେଇ ଜୀବନର ଶେଷ ସମୟରେ କାଣ୍ଡୁଲୁ ଯେପରି ଘରଖଣ୍ଡିଏ ପାଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking