ଖୋର୍ଦ୍ଧା : ଖୋର୍ଦ୍ଧା କାଇପଦା ଅଞ୍ଚଳରେ ଏଚଏମପିଭି ରୋଗୀ ଚିହ୍ନଟ ହୋଇଥିବା ନେଇ ଗୁଜବ ଖବର ଭାଇରାଲ ହେବାରେ ଲାଗିଛି । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି ା କହଛନ୍ତି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଏଚଏମପିଭି ଭୂତାଣୁ ଚିହ୍ନଟ ହୋଇନାହାନ୍ତି ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ଯେତିକି ନମୁନା ଏଚଏମପିଭି ପରୀକ୍ଷା ପାଇଁ ଯାଇଛି, ସବୁ ନେଗେଟିଭ ଆସିଛି । ଭୟଭୀତ ହେବାର ଆବଶ୍ୟକତା ନାହିଁ । ସାଧାରଣ ଥଣ୍ଡା ଜ୍ବର ଭଳି ଏହାର ଲକ୍ଷଣ । ଏହି ସିଜିନରେ ସାଧାରଣ ଭାବେ ଥଣ୍ଡା ଜ୍ବର ହୁଏ, କିନ୍ତୁ ରୋଗୀ ସଂଖ୍ୟା ଏତେ ଅଧିକ ହୋଇନାହିଁ, ତେଣୁ ଭୟ କରିବାର ଆବଶ୍ୟକତା ନାହିଁ । ଭାଇରସକୁ ନେଇ ବ୍ୟସ୍ତ ନହେବାକୁ ପରାମର୍ଶ ଦିଆଯାଇଛି । ସ୍ବାସ୍ଥ୍ୟ ବିଭାଗ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଏହା ଉପରେ କଡା ନଜର ରଖିଛନ୍ତି ।